Tue. Dec 24th, 2024

ହଙ୍ଗକଙ୍ଗ ଛାଡ଼ି ବ୍ରିଟେନ ପହଂଚିଲେ ହଜାର ହଜାର ଲୋକ, ବିରୋଧ କଲା ଚୀନ

By amfnews Feb 1, 2021 #Featured
200 Views

ନୂଆଦିଲ୍ଲୀ, ଫେବୃଆରୀ ୦୧ : ଚୀନ ଗତ ବର୍ଷ ହଙ୍ଗକଙ୍ଗ ଉପରେ ଅଧିକ ପ୍ରଭାବ ଦେଖାଇବା ପାଇଁ ରାଷ୍ଟ୍ରୀ ସୁରକ୍ଷା ଆଇନ ଲାଗୁ କରିଥିଲା । ଏହି କାରଣରୁ ଚୀନକୁ ବିରୋଧ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିଲା । ଏବେ ଚୀନକୁ ଭୟ କରି ହଜାର ହଜାର ଲୋକ ବ୍ରିଟେନ ପଳାୟନ କରୁଛନ୍ତି । 

ଚୀନ ତରଫରୁ ହଙ୍ଗକଙ୍ଗରେ ରାଷ୍ଟ୍ରୀୟ ସୁରକ୍ଷା ଲାଗି କରାଯିବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗତବର୍ଷ କହିଥିଲେ ଯେ, ଚୀନ, ହଙ୍ଗକଙ୍ଗରେ ମାନବାଧିକାରକୁ ହତ୍ୟା କରାଯାଉଛି । ଜନସନଙ୍କ ଏହି ବୟାନ ପରେ ହଙ୍ଗକଙ୍ଗ ଛାଡ଼ି ଲୋକେ ବ୍ରିଟେନ ପଳାୟନ କରୁଛନ୍ତି । 

ପ୍ରକୃତ କଥା ହେଲା ଯେ, ୧୯୯୭ରେ ବ୍ରିଟେନ ଏକ ବୁଝାମଣା ଅନୁସାରେ ହଙ୍ଗକଙ୍ଗକୁ ଚୀନ ହାତରେ ସମର୍ପିତ ହୋଇଥିଲା । ସେହି ଦିନ ଠାରୁ ଦେଶ, ୨ଟି ପ୍ରଣାଳୀରେ ହଙ୍ଗକଙ୍ଗରେ ଶାସନ ପରିଚାଳନା କରୁଥିଲା । ଚୀନ-ବ୍ରିଟେନ ବୁଝାମଣାରେ ଏହି ସର୍ତ୍ତ ସାମିଲ ଥିଲା ଯେ, ୫୦ ବର୍ଷ ଯାଏଁ ହଙ୍ଗକଙ୍ଗର ଆର୍ଥିକ ଓ ରାଜନୈତିକ ସିଷ୍ଟମକୁ ପରିବର୍ତ୍ତନ କରାଯିବ । ସୂଚନାଯୋଗ୍ୟ ଯେ, ହଙ୍ଗକଙ୍ଗର ପାଖାପାଖି ୩ ଲକ୍ଷ ୫୦ ହଜାର ଲୋକଙ୍କ ପାଖରେ ବ୍ରିଟେନର ନ୍ୟାସନାଲ ଓଭରସିଜ ପାସପୋର୍ଟ ରହିଛି ।  

By amfnews

Related Post