251 Views
ଭୁବନେଶ୍ୱର, ନଭେମ୍ବର ୨୧:ରାଜଧାନୀ ବିଶ୍ୱକପ ହକି ପାଇଁ ଏକ ନୂଆ ରୂପରେ ସଜେଇ ହୋଇସାରିଥିବାବେଳେ ହକିପ୍ରେମୀଙ୍କ ମଧ୍ୟରେ କ୍ରେଜ ବଢିବାରେ ଲାଗିଛି ।ଆସନ୍ତା ୨୭ରେ କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ପାଇଁ ଆୟୋଜନ ଏକପ୍ରକାର ଶେଷ ପର୍ଯାୟରେ ପହଂଚିଛି । ଆଜି ଆର୍ଜେଂଟିନା ହକି ଟିମ ଆସି ରାଜଧାନୀରେ ପହଂଚିଛି ।
ସେମାନଙ୍କୁ କଡା ସୁରକ୍ଷା ମଧ୍ୟରେ ବିମାନବନ୍ଦରରୁ ହୋଟେଲକୁ ନିଆଯାଇଛି । ଆଜି ସକାଳେ ଆର୍ଜେଂଟିନା ଟିମ ପହଂଚିଥିବାବେଳେ ରାତିରେ ଦକ୍ଷିଣ ଆଫ୍ରିକା ଟିମ ପହଂଚିବେ । ଦୁଇ ତିନି ଦିନ ମଧ୍ୟରେ ଅନ୍ୟ ୧୩ଟି ଟିମ ରାଜଧାନୀରେ ପହଂଚିବା ପରେ ସେମାନେ ୱାର୍ମ ଅପ ମ୍ୟାଚ ଖେଳିବା ଆରମ୍ଭ କରିବେ । ତେବେ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚର ପତାକା ସହ ୧୬ଟି ଦେଶର ପତାକା ଲଗାଯାଇଛି ।