Thu. Dec 26th, 2024

ହକି ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତ, ଉପ-ଅଧିନାୟକ ଦେଲେ ବିଜୟର ମନ୍ତ୍ର

By amfnews Nov 19, 2018 #Featured
184 Views

ଭୁବନେଶ୍ୱର, ନଭେମ୍ବର ୧୯: ଓଡ଼ିଶା ହକି ବିଶ୍ୱକପ ପାଇଁ ଭାରତୀୟ ପୁରୁଷ ହକି ଟିମ କଡ଼ା ପରିଶ୍ରମ କରୁଛି । ଟିମର ଉପ-ଅଧିନାୟକ ଚିଙ୍ଗଲେନସାନା ସିଂହ କାଙ୍ଗୁଜାମ ବିଶ୍ୱକପ ପୂର୍ବରୁ କହିଛନ୍ତି ପ୍ରସ୍ତୁତି ଶେଷ ହୋଇଛି ଏବଂ ବର୍ଷର ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ ରେ ଉନ୍ନତ ଫଳ ଦେବାର ସମୟ ଆସିଛି । ସିଂହ କହିଛନ୍ତି ଏହି ଟୁର୍ଣ୍ଣାମେଣ୍ଟର ପ୍ରତ୍ୟେକ ମ୍ୟାଚ ପାଇଁ ଭାରତୀୟ ଟିମକୁ ମଜବୁତ ହେବାକୁ ପଡ଼ିବ । ଭାରତୀୟ ଟିମର ପ୍ରଥମ ମୁକାବିଲା ନଭେମ୍ବର ୨୮ରେ ‘ପୁଲ-ସି’ରେ ଦକ୍ଷିଣ ଆଫ୍ରିକା ସହିତ ହେବ ।

ଚିଙ୍ଗଲେନସାନା କହିଛନ୍ତି, ଗତ ୩ ମାସ ଆମ ପାଇଁ କଡ଼ା ଚ୍ୟାଲେଞ୍ଜ ଥିଲା । ଟ୍ରେନିଂ କଡ଼ା ହୋଇଯାଇଥିଲା କାରଣ ବିଶ୍ୱକପ ପାଇଁ ଶ୍ରେଷ୍ଠରେ ରହିବା ଗୁରୁତ୍ୱପୂର୍ଣ୍ଣ । ଟିମ ଜାଣିଛି ଯେ, ବର୍ଷର ଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟରେ ନିଜକୁ ପ୍ରମାଣିତ କରି ପୁରୁଣା ଭୁଲକୁ ଭୁଲିବାକୁ ପଡିବ । ମଣିପୁର ଯୁବକ କହିଛନ୍ତି, ପ୍ରତ୍ୟେକ ଖେଳାଳି ବହୁ ପରିଶ୍ରମ କରିଛନ୍ତି ଏବଂ ସେମାନେ ସମସ୍ତେ ଭଲ ଫଳ ଦେବେ । ମୋ ମତରେ ବିଶ୍ୱକପରେ ଟିମ ଯେତେ ଫିଟନେସ ଏବଂ ଟିମ ରଣନୀତି କରିବ ଦଳ ମାନସିକ ରୂପରେ ସେତିକି ମଜବୁତ ହେବ ।

ଚିଙ୍ଗଲେନସାନା ଏପର୍ଯ୍ୟନ୍ତ ୧୯୯ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ । ସେ କହିଛନ୍ତି, ଯଦି ସବୁକିଛି ଠିକଠାକ ଚାଲେ, ମୁଁ ଏହି ମ୍ୟାଚରେ ଦର୍ଶକଙ୍କ ସମ୍ମୁଖରେ ଖେଳିବ । ଭୁବନେଶ୍ୱରରେ ଦର୍ଶକପୂର୍ଣ୍ଣ ଷ୍ଟାଡିୟମରେ ଭାରତ ପାଇଁ ୨୦୦ ତମ ମ୍ୟାଚ ପୂରା କରିବା ଠାରୁ ବଡ଼ ଖୁସି ଆଉ କିଛି ନାହିଁ । ଏଠାରେ ବିଶ୍ୱର ସୁନ୍ଦର ଷ୍ଟାଡିୟମ ଅଛି ବୋଲି ସେ କହିଛନ୍ତି ।

By amfnews

Related Post