Tue. Dec 24th, 2024

ହକି ବିଶ୍ବ କପ୍ ପରେ ଏବେ ମହିଳା ବିଲ୍ : ହଟଚମଟ

By amfnews Dec 7, 2018 #Featured
341 Views

ନବୀନଙ୍କୁ ନେଇ ତେଜିଲା ଜାତୀୟ ରାଜନୀତି

ମହିଳା ଆସନ ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ
ଅକଳରେ ପଡିଲେଣି ଜାତୀୟ ଓ ଆଞ୍ଚଳିକ ଦଳ
ବିରୋଧ କରିପାରୁ ନାହାନ୍ତି, ସମର୍ଥନ ପାଇଁ କୁନ୍ଥକୁନ୍ଥ

ଭୁବନେଶ୍ବର : ସବୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ଲୋଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ କାର୍ଡକୁ ଆଉ ଗୋଟିଏ ପାଦ ଆଗକୁ ନେଇଛନ୍ତି। ଗତକାଲି ସବୁ ଦଳର ମୁଖିଆଙ୍କୁ ଭେଟି ଏ ନେଇ ଆଲୋଚନା ପାଇଁ ଦଳୀୟ ନେତାଙ୍କୁ ଦାୟିତ୍ବ ଦେଇଥିଲେ।

୪୮ ଘଣ୍ଟା ମଧ୍ୟରେ ନବୀନଙ୍କ ଏ ସଂକ୍ରାନ୍ତ ଦୁଇଟି ପଦକ୍ଷେପ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ବାସ୍ତବରେ ନବୀନ ଏହି ଗୋଟିଚାଳନା କରି କେଉଁ ନିର୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାକୁ ଚାହୁଁଛନ୍ତି ନା ଜାତୀୟସ୍ତରରେ ନିଜ ପାଇଁ ସ୍ବତନ୍ତ୍ର ପତିଆରା ପ୍ରତିଷ୍ଠା ଲକ୍ଷ୍ୟରେ ଏହି ଗୋଟିଚାଳନା କରାଯାଉଛି? ଏହାକୁ ନେଇ ବିଭିନ୍ନ ସ୍ତରରେ ଭିନ୍ନ ଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ଓଡ଼ିଶାରେ କିନ୍ତୁ ଏହାର ଜବରଦସ୍ତ ପ୍ରଭାବ ପଡିବାକୁ ଯାଉଛି। ଆସନ୍ତା ନିର୍ବାଚନ େବଳକୁ ୩୩ ପ୍ରତିଶତ ବିଧାନସଭା ଆସନରେ ନବୀନ ପ୍ରାର୍ଥୀ ଦେବା ନେଇ କସରତ ଚଳାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳୁଛି। ଏମିତି ହେଲେ ଅଧିକାଂଶ ଆସନରେ ବର୍ତମାନ ପ୍ରାର୍ଥୀଙ୍କୁ ବଦଳାଇ ନବୀନ ମହିଳାଙ୍କୁ ଅଗ୍ରାଧିକାର ଦେଇପାରନ୍ତି। ଏହା ଯଦି ବାସ୍ତବ ରୂପ ନେବ, ତେବେ ୫୦ ପ୍ରତିଶତ ମହିଳା୍ ଭୋଟରଙ୍କ ମଧ୍ୟ ସିଂହଭାଗ ବିଜେଡି ସହିତ ରହିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ ବୋଲି ପର୍ଯ୍ୟବେକ୍ଷକ ମହଲ ମତ ରଖିଲେଣି। ଉଲ୍ଲେଖଯୋଗ୍ୟ, ହକି ବିଶ୍ବକପ ଆେୟାଜନ କରି ସମଗ୍ର େଦଶରେ ଚର୍ଚ୍ଚାକୁ ଆସିଛି ଓଡ଼ିଶା। ବିଶ୍ବକପ୍ ସରିନି, ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରଣନୀତି ଜାତୀୟସ୍ତରରେ ହଇଚଇ ସୃଷ୍ଟି କଲାଣି। ଗତ ପାଞ୍ଚବର୍ଷ ଧରି ଏହି ପ୍ରସଙ୍ଗଟି ବାସ୍ତବ ରୂପ ନେଇପାରୁନି। ଯଦିଓ ରାଜ୍ୟସଭାରେ ଏହି ବିଲଟି ୨୦୧୦ ମାର୍ଚ୍ଚ ୯ ତାରିଖରେ ପାରିତ େହାଇସାରିଛି, େଲାକସଭାରେ କିନ୍ତୁ ଏହାକୁ ଅନୁେମାଦନ ମିଳିପାରିନାହିଁ।

କୌତୂହଳର କଥା ହେଉଛି, ଲୋକସଭାରେ ଆବଶ୍ୟକ ସଂଖ୍ୟା ଗରିଷ୍ଠତା ଥାଇ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏ ପ୍ରସଙ୍ଗକୁ ଆଗକୁ ନେଇପାରିଲେ ନାହିଁ। ଏମିତି ଏକ ସମୟରେ ଅର୍ଥାତ୍ ସାଧାରଣ ନିର୍ବାଚନ ପୂର୍ବରୁ ନବୀନଙ୍କ ୩୩ ପ୍ରତିଶତ ମହିଳା ସଂରକ୍ଷଣ ଗୋଟି ସବୁ ରାଜନୈତିକ ଦଳକୁ ଅକଳରେ ପକାଇ ଦେଇଛି। ସେମାନଙ୍କ ତଣ୍ଟିରେ କଣ୍ଟା ଭଳି ଲାଗିଛି। ଖୋଲାେଖାଲି ସମର୍ଥନ ଦେଇପାରୁନାହାନ୍ତି, କିମ୍ବା ବିେରାଧ କରିବା ସ୍ଥିତିରେ ବି ନାହାନ୍ତି।

ଗତକାଲି ସମୁଦାୟ ୨୨ଟି ରାଜନୈତିକ ଦଳର ସହଯୋଗ ଲୋଡିଥିଲେ ନବୀନ। ଦଳର ବଛା ବଛା ନେତାଙ୍କୁ ଦାୟିତ୍ବ ଦିଆଯାଇଛି, ସେମାନେ ଖୁବଶୀଘ୍ର ଏସବୁ ଦଳର ସଭାପତିଙ୍କୁ ଭେଟିବେ। ଆଜି ଏ ‌କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି ଓଡ଼ିଶା। ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡି ନବୀନ ଆଜି ସେମାନଙ୍କୁ ପତ୍ର ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ଏଥିରେ ଦର୍ଶାଇଛନ୍ତି ଯେ ଦେଶ ଓ ସମାଜ ଗଠନରେ ମହିଳାଙ୍କ ଭୂିମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହିଳାମାନେ ସଶକ୍ତ ହେଲେ, ଦେଶ ଆଗେଇବ। ଅନ୍ୟଥା ସମାଜ ଓ ରାଜ୍ୟର ଅଗ୍ରଗତି ହୋଇପାରିବ ନାହିଁ। ଏକଥଆ ସମ୍ଭବ ହେବନାହିଁ, ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ସହଯୋଗ ମିଳିନାହିଁ।

ଦଶର ସମୁଦାୟ ଲୋକସଂଖ୍ୟାର ଅର୍ଧେକ ମହିଳା ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକାଶ ପ୍ରକ୍ରିୟା ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମହିଳାଙ୍କ ଯୋଗଦାନ ହିଁ ଗଣତନ୍ତ୍ରକୁ ସୁଦୃଢ କରିବ। ୧୯୯୦ରେ ବିଜୁ ପଟ୍ଟନାୟକ ପ୍ରଥମେ ସାରା ଦେଶରେ ମହିଳାଙ୍କ ପାଇଁ ପଞ୍ଚାୟତ, ପୌର ସଂସ୍ଥା ଓ ସରକାରୀ ଚାକିରିରେ ୩୩ ପ୍ରତିଶତ ସଂରକ୍ଷଣ ଆଣିଥିଲେ। ତାଙ୍କର ଏହି ପଦକ୍ଷେପ ପ୍ରଭାବଶାଳୀ େହାଇପାରିଛି। ଏହି ସଫଳତାକୁ ଦୃଷ୍ଟିରେ ରଖି ୨୦୧୧ରେ ଓଡ଼ିଶା ସରକାର ମହିଳାଙ୍କ ପାଇଁ ପଞ୍ଚାୟତ ଓ ପୌରସଂସ୍ଥାରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲେ। ଆମ ସମ୍ବିଧାନ ଲିଙ୍ଗଗତ ବୈଷମ୍ୟ ଦୂର କରିବା ଉପରେ ଗୁରୁତ୍ବ େଦଇଛି। ଏଥିପାଇଁ ଆମେ ସମସ୍ତେ ପ୍ରତିବଦ୍ଧତାର ସହିତ ଉଦ୍ୟମ କରିବା ଲାଗି ନବୀନ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ବାନ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କ ପାଇଁ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ େଦବା ସପକ୍ଷରେ ଓଡ଼ିଶା ବିଧାନସଭା ମଧ୍ୟ ଏକ ସଂକଳ୍ପ ପାରିତ କରିଛନ୍ତି। ଏହା ପରେ ନବୀନ ନିେଜ ଚିଠି ଲେଖି ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡିଥିଲେ। ସଂସଦରେ ବିଲ୍ କିପରି ଗୃହୀତ ହେବ ସେ ଦିଗରେ ନେତୃତ୍ୱ ନେବାପାଇଁ ଅନୁରୋଧ ଏଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁେରାଧ କରିଥିଲେ ।

ପ୍ରକାଶଥାଉକି, ଜାତୀୟ ରାଜନୀତିରେ ପକଡ ରଖୁଥିଲେ େହଁ, ନବୀନଙ୍କ ଆଖି କିନ୍ତୁ ପ୍ରଧାନମନ୍ତ୍ରୀ ପଦବି ଉପରେ ନାହିଁ। ଏକଥା ପୂର୍ବରୁ ସେ ଗଣମାଧ୍ୟମକୁ କହିଛନ୍ତି। ଏଣୁ ଏଭଳି େଗାଟିଚାଳନା କରି ଜାତୀୟସ୍ତରରେ ନିଜର ପ୍ରଭାବ ବଢାଇବା ସହିତ ଓଡ଼ିଶାକୁ ଚର୍ଚ୍ଚାରେ ରଖିବା ଲାଗି ନବୀନ ଏମିତି ନିଷ୍ପତ୍ତି େନଉଥିବା ଦଳର େଗାଟିଏ େଗାଷ୍ଠୀ ମତ ରଖୁଛନ୍ତି।

By amfnews

Related Post