Sat. Mar 7th, 2026

ହକି ବିଶ୍ବକପ୍ ପାଇଁ ସ୍ବତନ୍ତ୍ର ଡାକଟିକେଟ୍

164 Views

ଭୁବନେଶ୍ବର , ନଭେମ୍ବର ୨୯: ଭୁବନେଶ୍ବରରେ ଅନୁଷ୍ଠିତ ହେଉଥିବା ହକି ବିଶ୍ବକପ୍ ଅବସରରେ ଭାରତର ଡାକ ବିଭାଗ ପକ୍ଷରୁ ସ୍ମାରକୀ ଡାକଟିକେଟ୍ ପ୍ରକାଶ କରାଯାଇଛି। ହକି ଉପରେ ଆଧାରିତ ଭିନ୍ନ ଭିନ୍ନ ପ୍ରକାର ୫ଟି ଡାକଟିକେଟ୍ ପ୍ରକାଶ ପାଇଛି। ଆଜି ସଚିବାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଡାକଟିକେଟ୍‌କୁ ଉନ୍ମୋଚନ କରିଥିଲେ। ଡାକ ବିଭାଗର ଏପରି ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

ଉନ୍ମୋଚନ ଉତ୍ସବରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର୍ ଆର୍ ବାଲକ୍ରିଷ୍ଣନ୍, କ୍ରୀଡ଼ା ସଚିବ ବିଶାଲ ଦେବ ଓ ମୁଖ୍ୟ ମହାଡାକପାଳ ଜଳେଶ୍ବର କହଁର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ମହାଡାକାପାଳଙ୍କ ସୂଚନା ଅନୁଯାୟୀ ଡାକଟିକେଟ୍‌ର ଦାମ୍ ୫ ଟଙ୍କା ରହିଛି। କଳିଙ୍ଗ ଷ୍ଟାଡିୟମ୍‌ରେ ଡାକ ବିଭାଗର ଏକ ଷ୍ଟଲ୍‌ ଖୋଲାଯାଇଛି। ସେଠାରେ ସ୍ମାରକୀ ଡାକଟିକେଟ୍ ସହ ଅନ୍ୟ ଡାକଟିକେଟ୍ ମଧ୍ୟ ଉପଲବ୍ଧ ହେଉଛି।

By amfnews

Related Post