Sun. Mar 8th, 2026

ସଡ଼କ ଦୁର୍ଘଟଣାରେ ମାଆ ଓ ନବଜାତ କନ୍ୟା ମୃତ

190 Views

କେନ୍ଦ୍ରାପଡ଼ା : ଶନିବାର ପୂର୍ବାହ୍ନରେ ଚଣ୍ଡିଖୋଲ-ପାରଦୀପ (୫ ନମ୍ବର (କ)) ଜାତୀୟ ରାଜପଥର ଛଘରିଆ ପାଖ ଖମରପଡ଼ା ଠାରେ ଗୋଟାଏ ଅଟୋ ରିକ୍ସା ସହ ଗୋଟାଏ ଟ୍ରକ୍‌ ଧକ୍କା ହେବାରୁ ଜଣେ ନବଜାତ କନ୍ୟା ଏବଂ ତା’ର ମାଆଙ୍କର ମୃତ୍ୟୁ ଘଟିଛି।

ତାଙ୍କ ସହ ଥିବା ଆଶାକର୍ମୀ ଶାନ୍ତିଲତା ପାରମଣିକ ଦୁର୍ଘଟଣାରେ ଆହତ ହୋଇଛନ୍ତି। ମୃତ ମହିଳା ହେଉଛନ୍ତି ମହାକାଳପଡ଼ା ବ୍ଲକ୍‌ ତେର ଗାଁ ପାଟଣା ମୌଜାର ୨୭ ବର୍ଷୀୟ ମାନି ମଲ୍ଲିକ ଏବଂ ତାଙ୍କର ନବଜାତ କନ୍ୟା।

ଡାକ୍ତରଖାନାରୁ ପ୍ରସୂତୀ ଅଟୋ ରିକ୍ସା ଯୋଗେ ନିଜ ଘରକୁ ଫେରୁଥିବା ବେଳେ ପଛପଟୁ ଗୋଟାଏ ଟ୍ରକ୍‌ ଅଟୋକୁ ଧକ୍କା ଦେଇଥିଲା। ଆହତ ଆଶାକର୍ମୀ ଏବେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

By amfnews

Related Post