Mon. Apr 21st, 2025

ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ଦିଲ୍ଲୀକୁ ଅଣାଯାଇ ପାରିବ ନାହିଁ: ସୁପ୍ରିମ୍‌ କୋର୍ଟଙ୍କୁ କହିଲେ ଓକିଲ

By amfnews Aug 2, 2019 #Featured
136 Views

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ଗୁରୁତର ଅବସ୍ଥାରେ ସମ୍ପୂର୍ଣ୍ଣ ଅଚେତ ଥିବା କଥା ଶୁକ୍ରବାର ଦିନ ସୁପ୍ରିମ୍‌ କୋର୍ଟଙ୍କୁ ଅବଗତ କରାଯାଇଛି। ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଲେ ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯିବ ବୋଲି ଓକିଲ କହିବା ପରେ ସୁପ୍ରିମ୍‌ ଏଥିରେ ସମମତ ହୋଇ ନିଜର ପୂର୍ବ ଆଦେଶ ବଦଳାଇଛନ୍ତି। ତାଙ୍କୁ ବିମାନ ଯୋଗେ ଅଣାଯାଇ ଦିଲ୍ଲୀର ଏମ୍‌ସ୍‌ରେ ଚିକିତ୍ସା କରାଯାଉ ବୋଲି ପୂର୍ବରୁ ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଥିଲେ।

ଲକ୍ଷ୍ନୌ ଠାରେ ଥିବା କେଜିଏମ୍‌ୟୁରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ଚିକିତ୍ସାଧୀନ ଅଛନ୍ତି। ଦୁଷ୍କର୍ମ ପୀଡ଼ିତା ଓ ତାଙ୍କ ଓକିଲଙ୍କ ବିଷୟରେ ସଦ୍ୟତମ ମେଡିକାଲ୍‌ ବୁଲେଟିନ୍‌ରେ କୁହାଯାଇଛି ଯେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିଲେ ବି ସଙ୍କଟଜନକ ରହିଛି। ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଣ୍ଟିଲେଟର୍‌ରେ ରଖାାଯାଇଛି ଏବଂ ସେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି। ଓକିଲଙ୍କଠାରୁ ଭେଣ୍ଟିଲେଟର୍‌ କାଢ଼ି ନିଆଯାଇଛି।

ରାଏ ବରେଲି ଜେଲ୍‌ରେ ଥିବା ପୀଡ଼ିତାଙ୍କ ଦାଦାଙ୍କୁ ଦିଲ୍ଲୀର ତିହାର ଜେଲ୍‌କୁ ଅଣାଯାଉ ବୋଲି ଶୀର୍ଷ ଅଦାଲତ ଉତ୍ତର ପ୍ରଦେଶ ସରକାରଙ୍କୁ କହିଛନ୍ତି। ରାଏ ବରେଲି ଜେଲ୍‌ରେ ତାଙ୍କ ଦାଦା ସମ୍ପୂର୍ଣ୍ଣ ନିରାପଦ ଅଛନ୍ତି ବୋଲି କହିବା ପରେ ମଧ୍ୟ ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଛନ୍ତି କି, ତାଙ୍କୁ ତୁରନ୍ତ ତିହାର ଅଣାଯାଉ।

By amfnews

Related Post