Sun. Nov 3rd, 2024

ସ୍ୱାଭାବିକ ହେଲା ଘାଟି ରାସ୍ତା ; ଟିମ୍‌ ଆସିଲାନି, ଯାତ୍ରୀ ଉଠାଇଲେ ମାଟି

By amfnews Oct 3, 2019 #Featured
117 Views

କୋରାପୁଟ : ମାଟି ଅତଡ଼ା ଧସି ରାସ୍ତା ଉପରେ ପଡ଼ିଥିବାରୁ ଗତରାତିଠୁ ଜାମ୍‌ ହୋଇ ପଡ଼ିଥିବା ଆନ୍ଧ୍ର-ଓଡିଶା ସୀମାନ୍ତ ସାଲୁର ଘାଟି ଆଜି ସ୍ୱାଭାବିକ ହେଲା । ଗତକାଲି ବିଳମ୍ବିତ ରାତିରେ ହଠାତ୍‌  ପାହାଡରୁ ମାଟି ଅତଡ଼ା ଧସି ରାସ୍ତା ଉପରେ ପଡିରହିଥିଲା । ଏଥିଯୋଗୁ ୨୬ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଥିଲା।

ଆଜି ସକାଳ ସୁଦ୍ଧା ଘଟଣାସ୍ଥଳରେ ଏନ୍ଏଚ୍ଆଇ କର୍ତ୍ତୃପକ୍ଷ କିମ୍ବା କୌଣସି ଟିମ୍ ପହଞ୍ଚି ନଥିଲେ । ଫଳରେ ରାସ୍ତାରେ ଅଟକି ରହିଥିବା ଟ୍ରକ ଚାଳକ ଏବଂ ଯାତ୍ରୀ ହିଁ ରାସ୍ତାରୁ ମାଟି ହଟାଇଥିଲେ । ଏହାପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ମାଟି ଅତଡ଼ା ଧସି ପଡ଼ିବାରୁ ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିବା ଗାଡ଼ି ଓ ଆନ୍ଧ୍ରରୁ ଓଡ଼ିଶା ଆସୁଥିବା ଗାଡ଼ି  ଘାଟିରେ କାଲି  ରାତିରୁ ଅଟକି ରହିଥିଲା ।

By amfnews

Related Post