Thu. Jan 23rd, 2025

ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ୧୪ ଅଗଷ୍ଟ ଅହୋରାତ୍ର ଜାଗରଣ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବୈଠକ, ଅଭ୍ୟର୍ଥନା କମିଟି ଗଠିତ

rklsanchar@gmail.com' By J.N. Pradhan Aug 1, 2018 #Featured
196 Views

ରାଉରକେଲା, ୧ା୮ : ଦେଶ ସ୍ୱାଧୀନତାର ୭୧ ବର୍ଷ ଆସନ୍ତା ଅଗଷ୍ଟ ୧୫ ତାରିଖରେ ପୂରଣ ହେବ । ଏହି ୭୧ ବର୍ଷ ଭିତରେ ଯେଉଁମାନେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଜେଲ୍, ଜୋରିମାନା ଓ ଫାଶୀ ଦଣ୍ଡ ପାଇ ଜୀବନ ବଳିଦାନ ଦେଇଥିଲେ ସେମାନଙ୍କ ସ୍ୱପ୍ନକୁ ସାକାର ହୋଇନାହିଁ । ଦେଶର ଦାରିଦ୍ର୍ୟତା, ବେକାରୀ, ଦରଦାମ ବୃଦ୍ଧି, ମହିଳାଙ୍କ ପ୍ରତି ନିର୍ଯ୍ୟାତନା, ଶିଶୁ ନିର୍ଯ୍ୟାତନା, ବାଳ ଶ୍ରମିକ ସମସ୍ୟା ଉକ୍ରଟ ରୂପ ନେଇଛି । ଶ୍ରମିକ, କୃଷକ ତଥା ଜନବିରୋଧି ନୀତି ପ୍ରଣୟନ ଆଦି ବିରୁଦ୍ଧରେ ସିଆଇଟିୟୁ ଡାକରାରେ ୭୨ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଅର୍ଥାତ୍ ଅଗଷ୍ଟ ୧୪ ତାରିଖ ସମୂହ ରାତ୍ରୀ ଜାଗରଣ କାର୍ଯ୍ୟକ୍ରମକୁ ରାଉରକେଲାରେ ସଫଳ କରିବା ପାଇଁ ଏକ କମିଟି ଗଠନ କରାଯାଇଛି । କମିଟିରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ସଙ୍ଗଠନ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସାମ୍ବାଦିକମାନଙ୍କୁ ରଖାଯାଇଛି ।

ଏଥିପାଇଁ ସ୍ଥାନୀୟ ସେକ୍ଟର-୧୬ ସ୍ଥିତ ଶ୍ରମିକ ଭବନଠାରେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସିଆଇଟିୟୁ ସର୍ବଭାରତୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି କହିଲେ ଯେ, ଆଜି ପ୍ରକୃଷ୍ଟ ସମୟ ଆସିଛି ଦେଶବାସୀ ବିଚାର କରିବା ଦରକାର ଯେ, ଆମେ ଏହି ୭୧ ବର୍ଷ ଭିତରେ କ’ଣ ପାଇଛେ, ଆଉ କ’ଣ ହରାଇଛେ? ଦେଶ ସ୍ୱାଧୀନ ପାଇଁ ଯେଉଁମାନେ ହସି ହସି ଫାଶୀ ଖୁଣ୍ଟରେ ଝୁଲିଥିଲେ ସେମାନଙ୍କୁ ଆଜିର ଯୁବପିଢିମାନେ ମନେ ପକାଇବା ଦରକାର ବୋଲି ଶ୍ରୀ ମହାନ୍ତି କହିଥିଲେ । ବୈଠକରେ ସିଆଇଟିୟୁ ଜିଲା ସାଧାରଣ ସମ୍ପାଦକ ବିମାନ ମାଇତି ଅଗଷ୍ଟ ୧୪ ତାରିଖର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।

ବୈଠକ ପ୍ରାରମ୍ଭରେ ବରିଷ୍ଠ ଆଇନ୍ଜୀବୀ ତଥା ବିଶିଷ୍ଟ ବାମପନ୍ଥୀ ଶ୍ରମକନେତା ଯଜେ୍ଞଶ୍ୱର ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯିବା ସହ ତାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଦ୍ୱୈତ ପ୍ରସାଦ ବିଶ୍ୱାଳ, ପ୍ରାଧ୍ୟାପକ ପ୍ରଭାତ ମଲ୍ଲିକ, ସମାଜସେବୀ ବସନ୍ତ ମଲ୍ଲିକ, ପ୍ରମୋଦ ସାମଲ, ଜାହାଙ୍ଗୀର ଅଲ୍ଲୀ, ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ସୁରେନ୍ଦ୍ର ଦାଶ, ରାଜକିଶୋର ପ୍ରଧାନ, ଅରିନ୍ଦମ ଦତ୍ତ, ହୃଦାୟନନ୍ଦ ଯାଦବ, ନୃସିଂହ ନାରାୟଣ ପାଣିଗ୍ରାହୀ, ସୁରେନ୍ଦ୍ର ମହାନ୍ତି, ଅଶୋକ ମିଶ୍ର, ଏନ୍.କେ. ରାଉତରାୟ, ପ୍ରଭାତ ମହାନ୍ତି, ବିଶ୍ୱଜିତ ମାଝି, ଦିବାକର ମହାରଣାଙ୍କ ସମେତ ସଙ୍ଗଠନର ବହୁ ସଫଳ ନେତୃବୃନ୍ଦ ଉପସ୍ଥିତ ଥିଲେ । ଅଗଷ୍ଟ ୧୪ ତାରିଖ ଦିନ ସକାଳୁ ଗଣଦୌଡ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ଆଲୋଚନାଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ, ସ୍ୱାସ୍ଥ୍ୟ ପ୍ରତିଯୋଗିତା, କବିତା ପାଠୋତ୍ସବ, ଲୋକନୃତ୍ୟ ଆଦି କାର୍ଯ୍ୟକ୍ରମ ସଙ୍ଗଠିତ କରାଯାଇ ଅହୋରାତ୍ର ଜାଗରଣ ପାଳନ କରାଯିବ ।

ଏଥିପାଇଁ ଏକ ଅଭ୍ୟର୍ଥନା କମିଟି ଗଠନ କରାଯାଇଥିବା ବେଳେ କମିଟି ଅଧ୍ୟକ୍ଷ ଭାବେ ବିଧାୟକ ଲକ୍ଷ୍ମଣ ମୁଣ୍ଡା ରହିଛନ୍ତି ।

Related Post