Tue. Jun 10th, 2025

ସ୍ୱାଧୀନତା ଦିବସରେ ସାହସିକତା ପୁରସ୍କାର ପାଇଲେ ଦୁଇ ଲାବ୍ରାଡର୍‌ କୁକୁର ଓ ଗୋଟାଏ ଘୋଡ଼ା

By amfnews Aug 19, 2018 #Featured
320 Views

ନୂଆଦିଲ୍ଲୀ: ବିସ୍ଫୋରକ ଓ ଲ୍ୟାଣ୍ଡ୍‌ମାଇନ୍‌ ଶୁଙ୍ଘି ଠାବ କରିବାକୁ ତାଲିମ ପାଇଥିବା ହଳେ ଲାବ୍ରାଡର୍‌ କୁକୁର ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ଙ୍କ କମେଣ୍ଡେସନ୍‌ କାର୍ଡ ବିଜୟୀ ହୋଇଛନ୍ତି। ଯୁଦ୍ଧକ୍ଷେତ୍ରରେ ବୀରୋଚିତ କାର୍ଯ୍ୟ ପାଇଁ ସ୍ୱାଧୀନତା ଦିବସ ଦିନ ସେମାନେ ଏହି ସମ୍ମାନ ପାଇଛନ୍ତି। ଏ ବାବଦରେ ସେମାନେ ଅଧିକ ଭଲ ଜିନିଷ ଖାଇବେ ଓ ଅଧିକ ବିଶ୍ରାମ ପାଇ ସମୟ ପାଇବେ।

ସନ୍ଧାନୀ ଲାବ୍ରାଡର୍‌ ୬ ବର୍ଷୀୟ ଗ୍ରେସି ଏବଂ ୮ ବର୍ଷିୟ ଡାମ୍ଫିଙ୍କୁ ଏଥିପାଇଁ ମିଳିଛି ପରମବୀର। ଘୋଡ଼ାଦୌଡ଼ କ୍ରୀଡ଼ାରେ ଉତ୍ତମ ପ୍ରଦର୍ଶନ ନିମନ୍ତେ ଗୋଟାଏ ଘୋଡ଼କୁ ମଧ୍ୟ କମେଣ୍ଡେସନ୍‌ କାର୍ଡ ମିଳିଛି।

ଇମ୍ଫାଲ୍‌ ରୁ ମୋରେକୁ ସଂଯୋଗ କରୁଥିବା ୧୦୨ ନମ୍ବର ଜାତୀୟ ରାଜପଥରେ ମାରାତ୍ମକ ଆଇଇଡି ଠାବ କରି ଗ୍ରେସି ସମ୍ମାନଭାଜନ ହୋଇପାରିଛି। ଜମ୍ମୁ ଓ କଶ୍ମୀରର ଦ୍ରାସ୍‌ ସେକ୍ଟର୍‌ ଠାରେ ଡାମ୍ଫି କେତେଗୁଡ଼ିଏ ୟୁଏକ୍ସଓ ଏବଂ ରକେଟ୍‌ ଗ୍ରେନେଡ୍‌ ଶୁଙ୍ଘି ଠାବ କରି ସମ୍ମାନ ପାଇଁ ହକ୍‌ଦାର ହୋଇଛି ବୋଲି ସେନା ଅଧିକାରୀମାନେ କହିଛନ୍ତି।
ସେମାନଙ୍କୁ ଦିଆଯାଇଥିବା ପ୍ରଶସ୍ତି ପତ୍ରରେ କୁହାଯାଇଛି କି ସେମାନଙ୍କ ସାହସିକ କାର୍ଯ୍ୟ ଅନେକଙ୍କ ଜୀବନ ରକ୍ଷା କରିଛି। ଉଭୟ ଏବେ ସେମାନଙ୍କ ବେକପଟିରେ ସଗର୍ବ କମେଣ୍ଡେସନ୍‌ କାର୍ଡ ପିନ୍ଧୁଛନ୍ତି। ଗ୍ରେସି ଉତ୍ତରପୂର୍ବର ୧୬ ଆର୍ମି ଡଗ୍‌ ୟୁନିଟ୍‌ରେ ୪ ବର୍ଷ ହେବ କାମ କରୁଛି। ଡାମ୍ଫି ୨୯ ଆର୍ମି ଡଗ୍‌ ୟୁନିଟ୍‌ରେ କାମ କରି ସୈନିକମାନଙ୍କ ପାଇଁ ଅମୂଲ୍ୟ ରତ୍ନ ହୋଇ ପାରିଛି। ସେ ୪୩ଟି ୟୁଏକ୍‌ଓ ବିସ୍ଫୋରକ ଓ ୧୬ଟି ରକେଟ୍‌ ଗ୍ରେନେଡ୍‌ ଶୁଙ୍ଘି ଠାବ କରିଛି।

By amfnews

Related Post