Sat. Nov 2nd, 2024

ସ୍ୱପ୍ନ ହେବ ସଫଳ: ୧୦ ଲକ୍ଷ ଟଙ୍କାରେ ମିଳିବ ୨ବିଏଚ୍‌କେ ଫ୍ଲାଟ୍‌, ସରକାରଙ୍କୁ ମିଳିଲା ପ୍ରସ୍ତାବ

By amfnews Dec 2, 2018 #Featured
158 Views

ନୂଆଦିଲ୍ଲୀ, ଡିସେମ୍ବର ୦୨ : ଆପଣ ଯଦି ନିଜର ଏକ ଘର କରିବାକୁ ଚିନ୍ତା କରୁଛନ୍ତି, ତା’ହେଲେ ଖୁସି ଖବର ଆସିଛି। ରାଷ୍ଟ୍ରୀୟ ରିୟଲ ଇଷ୍ଟେଟ ପରିଷଦ ‘ଏନ୍‌ଏଆର୍‌ଇଡିସିଓ’ ସରକାରଙ୍କୁ ଏଭଳି ଏକ ପ୍ରସ୍ତାବ ଦେଇଛି, ଯେଉଁଥିରେ ୧୦ ଲକ୍ଷ ଟଙ୍କାରେ ୨ବିଏଚ୍‌କେ ଫ୍ଲାଟ୍‌ ମିଳିବା ସମ୍ଭବ। ଏଥି ପାଇଁ ପରିଷଦ ସରକାରଙ୍କୁ ଠାରୁ ମାଗଣାରେ ଜମି ଓ ସରକାରୀ ସଂସ୍ଥା ଠାରୁ ମଞ୍ଜୁରୀ ପାଇଁ ସିଙ୍ଗିଲ ଓ୍ଵିଣ୍ଡୋ କ୍ଲିୟରାନ୍ସ ଆଶା କରିଛି। ଅନ୍ୟପଟରେ ସରକାର ମଧ୍ୟ ଉଦ୍ୟମ କରୁଛନ୍ତି ଯେ, ୨୦୨୨ ମଧ୍ୟରେ ଦେଶର ସମସ୍ତ ଜନତାଙ୍କ ମୁଣ୍ଡ ଉପରେ ଛାତ ଅର୍ଥାତ ଘର ଉପଲବ୍ଧ ହେଉ।

‘ଏନ୍‌ଏଆର୍‌ଇଡିସିଓ’ ତରଫରୁ ଦିଆଯାଇଥିବା ପ୍ରସ୍ତାବରେ ୧୦ ଲକ୍ଷ ଟଙ୍କାର ଏହି ଫ୍ଲାଟ କର୍ପୋରେଟ ଅଞ୍ଚଳ ୬୦୦ ବର୍ଗଫୁଟ ହେବ। ବିଲଡର୍ସଙ୍କ କହିବା ଅନୁସାରେ ବଡ଼ ସହରର ଆଖପାଖ ଅଞ୍ଚଳରେ ବହୁ ପରିମାଣରେ ଜମି ଖାଲି ପଡିଛି। ବିଗତ କିଛି ବର୍ଷ ହେବ ଏହି ଜମି ବ୍ୟବହାର ହୋଇ ପାରୁ ନାହିଁ। ଏଭଳି କ୍ଷେତ୍ରରେ ଖାଲି ପଡ଼ିଥିବା ଜମି ବିଲଡର୍ସକୁ ମିଳିଗଲେ ଦେଶରେ ଅନେକ ଲକ୍ଷ ଲକ୍ଷ ଲୋକଙ୍କୁ ଶସ୍ତାରେ ଘର ମିଳିଯିବ।

ଦେଶବ୍ୟାପୀ ଅନେକ ବିଭାଗ ଅଥବା ମନ୍ତ୍ରାଳୟ ଅଛି, ଯାହାଙ୍କ ପାଖରେ ବହୁ ପରିମାଣରେ ଜମି ପଡ଼ିରହିଛି। ତଥ୍ୟ ଅନୁସାରେ ଭାରତୀୟ ରେଳ ନିକଟରେ ୪,୫୮,୫୮୮ ହେକ୍ଟର ଜମି ପଡ଼ି ରହିଛି, ଯେଉଁଥିରେ ୪୭,୩୩୯ ହେକ୍ଟର ଜମି ବ୍ୟବହାର ହେଉ ନାହିଁ। ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଏହି ଜମି ମାଗଣାରେ ମିଳି ଯାଆନ୍ତା, ୧୦ ଟଙ୍କାରେ ୨ବିଏଚକେ ଫ୍ଲାଟ ନିର୍ମାଣ କରାଯିବା ବଡ଼ କଥା ନୁହେଁ। ମାତ୍ର ପ୍ରଶ୍ନ ଉଠୁଛି ଯେ, ଏଥି ପାଇଁ ଜମି ମାଗଣାରେ ଅଥବା ଶସ୍ତାରେ କେମିତି ମିଳିବ।

By amfnews

Related Post