104 Views
ଡେରାଡୁନ : ଡେରାଡୁନରୁ ବାରଣାସୀକୁ ଯାତ୍ରା କରୁଥିବା ଜନତା ଏକ୍ସପ୍ରେସ ପ୍ରାୟ ୮୦ ମିନିଟ ଧରି ଏକ ଷ୍ଟେସନରେ ଅଟକି ରହିଥିବାର ଏକ ଖବର ମିଳିଥିଲା। ଏହାର କାରଣ ଶୁଣିଲେ ଆପଣ ନିଶ୍ଚିତ ବିସ୍ମିତ ହେବେ।
ଗତ ଗୁରୁବାର ଦିନ ଜନତା ଏକ୍ସପ୍ରେସ ଡେରାଡୁନରୁ ବାରଣାସୀକୁ ଯାତ୍ରା ଆରମ୍ଭ କରିଥିଲା । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଜଣେ କେହି ଷ୍ଟେସନର ସୂଚନା କେନ୍ଦ୍ରରେ ପହଞ୍ଚି ଡେରାଡୁନ ଓ ଡୋଇବାଲା ମଧ୍ୟରେ ଟ୍ରେନ୍ରେ ବିସ୍ଫୋରଣ ହେବ ବୋଲି କହିଥିଲେ । ଏଥିପାଇଁ ଟ୍ରେନକୁ ରୋକିବାକୁ ପଡ଼ିଥିଲା । ଏହା ପରେ ବ୍ୟକ୍ତି ଜଣକ ଫେରାର ହୋଇଯାଇଥିଲେ ।
ମାତ୍ର ପରେ ଏସ୍ପି ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ ଟ୍ରେନ୍ ଭିତରେ ଏକ ଦମ୍ପତି ଝଗଡ଼ା କରୁଥିଲେ । ସ୍ୱାମୀ ଟ୍ରେନ୍କୁ ଅଟକାଇବାକୁ ବାରମ୍ବାର କହୁଥିଲେ । ଏହି କାରଣରୁ ଟ୍ରେନ୍ଟି ଅଟକି ରହିଥିଲା। ଏକଥା ଜଣାଯିବାପରେ ଟ୍ରେନ୍ଟି ପୁଣି ଯାତ୍ରା ଆରମ୍ଭ କରିଥିଲା ।