Sat. Mar 7th, 2026

ସ୍ବାଭିମାନ ଦିବସ ଆଜି : ‘ଆମ ଓଡ଼ିଶା’ ବକ୍ତୃତାମାଳାର ଏ ବର୍ଷର ଅତିଥି ପ୍ରସନ୍ନ କୁମାର ଦାଶ

282 Views

ଭୁବନେଶ୍ବର : ପ୍ରତିବର୍ଷ ପରି ଆସନ୍ତାକାଲି ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ଆନୁକୂଲ୍ୟରେ ଉତ୍କଳ ଗୋୖରବ ମଧୁସୂଦନଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ରାଜ୍ୟବ୍ୟାପୀ ସମସ୍ତ ବ୍ଲକ୍ ଓ ପୋୖରାଞ୍ଚଳରେ ସ୍ବାଭିମାନ ଦିବସ ପାଳନ କରାଯିବ। ଏହି କ୍ରମରେ ଭୁବନେଶ୍ବର ଖାରବେଳନଗରସ୍ଥିତ ୪ ଆର୍ ୧/୨, ୟୁନିଟ-୩ (ଶ୍ରୀୟା ଟକିଜ ଛକ ନିକଟ)ଠାରେ ସନ୍ଧ୍ୟା ୬.୩୦ରେ ‘ଆମ ଓଡ଼ିଶା’ ଅଧ୍ୟକ୍ଷ ତଥା ସମ୍ବାଦ ସମ୍ପାଦକ ସୋୖମ୍ୟରଂଜନ ପଟ୍ଟନାୟକଙ୍କ ପୋୖରୋହିତ୍ୟରେ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ଉତ୍ସବରେ ବରିଷ୍ଠ ରାଜସ୍ବ ସେବା ଅଧିକାରୀ ତଥା ସଂସ୍କୃତି ସଂଗଠକ ପ୍ରସନ୍ନ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ଆମ ଓଡ଼ିଶା ବକ୍ତୃତାମାଳା’ର ସପ୍ତଦଶ ବକ୍ତୃତା ପ୍ରଦାନ କରିବେ।

ସୂଚନାଯୋଗ୍ୟ, ଆସନ୍ତାକାଲି ସକାଳ ୬ଟା ୩୦ରେ କଟକ ଗୋରାକବରଠାରେ ମଧୁବାବୁଙ୍କ ସମାଧୀ ପୀଠରେ ଶ୍ରଦ୍ଧାଂଜଳି ଜ୍ଞାପନ ସହ ଏକ ସ୍ମୃତିସଭା ଅନୁଷ୍ଠିତ ହେବ। ଉକ୍ତ ସଭାରେ ନ୍ୟାୟମୂର୍ତ୍ତି ଡକ୍ଟର ଦୁର୍ଗାପ୍ରସନ୍ନ ଚୋୖଧୁରୀ ଓ ସାହିତ୍ୟିକ ଜୟନ୍ତ ବିଶ୍ବାଳ ଅତିଥି ଭାବେ ଯୋଗଦେବେ।

ନିର୍ଦ୍ଧାରିତ ସ୍ଥାନ ଓ ସମୟରେ ଉପସ୍ଥିତ ରହି ସ୍ବାଭିମାନୀ ପୁରୁଷ ମଧୁବାବୁଙ୍କୁ ଶ୍ରଦ୍ଧାଂଜଳି ଜଣାଇବାକୁ ‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର ଅନୁରୋଧ କରିଛନ୍ତି।

By amfnews

Related Post