Mon. Mar 9th, 2026

ସ୍ବଚ୍ଛତା ପାଇଁ ଓଡ଼ିଶା ପୁରସ୍କୃତ

164 Views

ଭୁବନେଶ୍ବର : ସର୍ବାଧିକ ସ୍ବଚ୍ଛ ରାଜ୍ୟ ଭାବେ ଇଣ୍ଡିଆ ଟୁଡେ ଗ୍ରୁପ୍ ପକ୍ଷରୁ ଓଡ଼ିଶାକୁ ପୁରସ୍କୃତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ନୂଆଦିଲ୍ଲୀଠାରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲରେ ଆୟୋଜିତ ସଭାରେ ‘ଷ୍ଟେଟ୍ ଅଫ ଦି ଷ୍ଟେଟସ୍’ କନକ୍ଲେଭ୍ ୨୦୧୯ରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ ଜାବଡେକର୍‌ ଏହି ପୁରସ୍କାର ପ୍ରଦାନ କରିଛନ୍ତି।

ପୁରସ୍କାର ଗ୍ରହଣ ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶା ଦ୍ରୁତ ଗତିରେ ଉନ୍ନତି ପଥେ ଆଗେଇ ଚାଲିଛି। ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଏହି ସଫଳତାକୁ ଅନ୍ତର୍ଜାତୀୟ ସ୍ତରରେ ଅନୁକରଣ କରାଯାଇଛି। ଆଜିର ଏହି ପୁରସ୍କାର ରାଜ୍ୟର ସଫଳତାରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ଆଗାମୀ ଦିନରେ ସ୍ବଚ୍ଛ ଓ ସବୁଜ ସୁନ୍ଦର ଓଡ଼ିଶା ଗଠନ ଦିଗରେ ଏହା ପ୍ରେରଣା ଯୋଗାଇବ ବୋଲି ଶ୍ରୀ ଜେନା କହିଥିଲେ।

By amfnews

Related Post