85 Views
ନୂଆଦିଲ୍ଲୀ : ଆକାଶବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୪ଟାରେ ଦେଶବାସୀଙ୍କୁ ଉଦବୋଧନ ଦେବେ ବୋଲି ପ୍ରଥମେ ଜଣାଯାଇଥିଲା। ଏନେଇ ଆକାଶବାଣୀ ପକ୍ଷରୁ ଟୁଇଟ୍ କରାଯାଇଥିଲା । କିନ୍ତୁ କିଛି ସମୟପରେ ଏହି ଟୁଇଟକୁ ଡିଲିଟ କରି ଦେଇଛି ଆକାଶବାଣୀ।
ସୂଚନାଯୋଗ୍ୟ ନରେନ୍ଦ୍ର ମୋଦୀ ସରକାରଙ୍କ ଜମ୍ମୁ- କଶ୍ମୀର ପୁନର୍ଗଠନ ଓ ଧାରା ୩୭୦କୁ ଉଚ୍ଛେଦ କରିବା ବିଲ୍ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବହୁମତ ସହିତ ଗୃହୀତ କରାଯାଇଛି ।
ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଉଭୟ ରାଜ୍ୟସଭା ଓ ଲୋକସଭା ଗୃହୀତ କରିବା ପରେ ଗତ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଂଜୁରି ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିବା ପରେ ଏବେ ଏହା ଆଇନରେ ପରିଣତ ହୋଇଛି ।