Sat. Mar 7th, 2026

ସ୍ଥାନାନ୍ତର ହେଲା ନରହନ୍ତା ଦନ୍ତା, ଲୋକେ ଆଶ୍ୱସ୍ତ

226 Views

ଯାଜପୁର : ଶେଷରେ ସ୍ଥାନାନ୍ତର ହେଲା ନରହନ୍ତା ହାତୀ। ଗତ ୧୦ ଦିନ ଧରି ଯାଜପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିବା ସହିତ ୪ ଜଣଙ୍କୁ ମାରି ଥିବା ଏହି ଦନ୍ତାହାତୀକୁ ଗତକାଲି ଦାନଗଦି ବ୍ଲକ୍‌ କଣ୍ଟିପୁର ଜଙ୍ଗଲରୁ ବନ ବିଭାଗ ଟ୍ରାଙ୍କୁଲାଇଜ୍‌ କରି କାବୁ କରିଥିଲା।

ଆଜି ଏହି ଦନ୍ତାହାତୀକୁ ଏକ ଟ୍ରକ୍‌ରେ କଟକ ଡାଲିଯୋଡ଼ା ରେଞ୍ଜର କୁସୁନପୁର ଜଙ୍ଗଲକୁ ନିଆଯାଇଛି। ହାତୀର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କଡ଼ା ସୁରକ୍ଷା ମଧ୍ୟରେ ସେଠାକୁ ନିଆଯାଇଥିଲା। ଅନ୍ୟପକ୍ଷରେ ହାତୀକୁ କାବୁ କରିବା ପରେ ଗତକାଲିଠାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍‌ ସେବା ସ୍ୱାଭାବିକ ହୋଇଛି। ସେହିପରି ବେଶ୍ କିଛି ଦିନ ଧରି ହାତୀ ଆତଙ୍କରେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ସାହସ ଜୁଟାଇ ପାରୁ ନ ଥିଲେ। ହାତୀ ଆଜି ସ୍ଥାନାନ୍ତର ହେବା ପରେ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଛନ୍ତି।

By amfnews

Related Post