Thu. May 1st, 2025

ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ

By amfnews Feb 19, 2020 #Featured
122 Views

ଉଦଳା : ଘରୋଇ କଳିକୁ କେନ୍ଦ୍ରକରି ଜଣେ ବ୍ୟକ୍ତି ନିଜ ପତ୍ନୀକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାମ ଜିରେ ସାଏ। ଅଭିଯୁକ୍ତ ଗୁରା ସାଏ ଫେରାର ଥିବାବେଳେ ତାଙ୍କ ବାପାମା’ଙ୍କୁ ପୁଲିସ୍‌ ଅଟକ ରଖିଛି। ଏହି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଗୁରୁଡି ଗାଁରେ।
ସୂଚନା ଅନୁଯାୟୀ,ଅଭିଯୁକ୍ତ ଗୁରା ଦୁଇଟି ବିବାହ କରିଥିଲା। ପୂର୍ବରୁ ବିବାହିତ ହୋଇଥିଲେ ହେଁ ସେ ଦୁଇବର୍ଷ ପୂର୍ବେ ଦେବାନବାହାଳି ଗାଁର ଜିରେ ସାଏକୁ ବିବାହ କରିଥିଲେ।। ବିବାହ ପରଠାରୁ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଆସୁଥିଲା।

ଗତ ରବିବାର ରାତିରେ ସେମାନଙ୍କ ଝଗଡା ଉଗ୍ର ରୂପ ନେଇଥିଲା। ଉତକ୍ଷିପ୍ତ ଗୁରା  ପିଟି ପିଟି ଜିରେଙ୍କୁ ମାରିଦେଇଥିଲେ। ଧରା ପଡ଼ିଯିବା ଭୟରେ ସେ ମୃତଦେହକୁ ସେ ଘରେ ଲୁଚାଇ ରଖିଥିଲେ ଓ ଫେରାର ହୋଇଯାଇଥିଲେ। ତେବେ ଗତକାଲି ଜିରେଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଶରତ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହା ସହିତ ଗୁରାଙ୍କ ବାପାମା’ଓ ପ୍ରଥମ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

By amfnews

Related Post