Sun. Mar 8th, 2026

ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା

242 Views

ସୁକିନ୍ଦା, ନଭେମ୍ବର ୨୮: ସୁକିନ୍ଦା ଥାନା ଅନ୍ତର୍ଗତ ଘାଗିଆ ଗ୍ରାମର ହରି ମୁଣ୍ତାଙ୍କ ପୁଅ ବିଭୂତି ମୁଣ୍ତା(୨୮) ତାଙ୍କ ପତ୍ନୀକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛି। ଶ୍ରମିକ ଭାବେ କାମ କରୁଥିବା ବିଭୂତି ପିମ୍ପୁଡିଆ ଗ୍ରାମର ଗୁରା ମୁଣ୍ତାଙ୍କ ଝିଅ ସାବିତ୍ରୀ ମୁଣ୍ତା(୨୫)ଙ୍କୁ ୫ ବର୍ଷ ତଳେ ବିବାହ କରିଥିଲେ। ଗତକାଲି ରାତି ୯ ଟା ବେଳେ ବିଭୂତି ସବୁଦିନ ପରି କାମ ସାରି ଫେରିଥିଲେ। କୌଣସି କାରଣରୁ ପତ୍ନୀଙ୍କ ସହିତ ତାଙ୍କର ବଚସା ହୋଇଥିଲା ଏବ˚ ପରେ ଏହା ଗଣ୍ଡଗୋଳ ରୂପ ନେଇଥିଲା। ବିଭୂତି ରାଗିଯାଇ ଏକ ଠେଙ୍ଗାରେ ପତ୍ନୀଙ୍କୁ ନିଧୁର୍ମ ପିଟିଥିଲା। ଠେଙ୍ଗା ମାଡ଼ରେ ପତ୍ନୀ ସେଇଠାରେ‌ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସୁକିନ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି ଥାନାରେ ଅଟକ ରଖିଛି। ୧୪୧/୨୦୧୮ ନମ୍ବରରେ ପୁଲିସ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

By amfnews

Related Post