Sun. Mar 8th, 2026

ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ଛତା ବାଣ୍ଟିଲେ ସ୍ୱେଚ୍ଛାସେବୀ

146 Views

ସାଲେପୁର : ବର୍ଷା ଋତୁ ଆସିଯାଇଛି। ବର୍ଷା କେତେବେଳେ ହେବ କେତେବେଳେ ଛାଡ଼ିବ, ତାହା କହି ହେବ ନାହିଁ। ତେଣୁ ବର୍ଷା ଯୋଗୁ ଯେମିତି ଛାତ୍ରଛାତ୍ରୀମାନେ ସ୍କୁଲ୍ ଯିବାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ବାହାରପଡ଼ା ଗାଁର କିଛି ଯୁବକ ସେମାନଙ୍କ ଅଞ୍ଚଳର କିଛି ପିଲାଙ୍କୁ ଛତା ବାଣ୍ଟିଛନ୍ତି। ସେମାନେ ଏକାଠି ହୋଇ ‘ହ୍ୟାଣ୍ଡସ୍‌ ଫର୍ ନିଡ୍ ଗ୍ରୁପ୍‌’ ବୋଲି ଏକ ସଂଗଠନ ଗଢ଼ିଛନ୍ତି। ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଛତା ବଣ୍ଟନ କରିଛନ୍ତି। ନୂଆ ଛତା ପାଇ ଛାତ୍ରଛାତ୍ରୀମାନେ ବେଶ୍ ଖୁସି ହୋଇଛନ୍ତି।

ଯୁବ ସ୍ୱେଚ୍ଛାସେବୀମାନଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏହି କାର୍ଯ୍ୟକ୍ରମର ଆୟୋଜକ ସାଲେପୁର କଲେଜର ପୂର୍ବତନ ସଭାପତି ସୁଧାକର ସାହୁ, ଅଶୋକ ସାହୁ, ରାଜେଶ ମହାନ୍ତି, ପ୍ରଦୀପ ସାହୁ ଓ ପ୍ରମୋଦ ବେହେରାଙ୍କ ସମେତ ବହୁ ଯୁବକ ଉପସ୍ଥିତ ରହି ଛାତ୍ରଛାତ୍ରୀ ଛତା ପ୍ରଦାନ କରିଥିଲେ।

By amfnews

Related Post