Wed. Nov 27th, 2024

ସ୍କର୍ପିକକୁ ଧକ୍କା ଦେଲା ଟ୍ରକ୍‌, ବ୍ରିଜ୍‌ରେ ପିଟି ହେଲା ବାଇକ୍‌: ୩ ମୃତ, ୭ ଗୁରୁତର

By amfnews Nov 21, 2018 #Featured
216 Views

ଭୁବନେଶ୍ୱର, ନଭେମ୍ବର ୨୧ : ବାଲେଶ୍ୱରର ୬୦ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଟ୍ରକ ଓ ସ୍କର୍ପିଓ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକ ଜଣଙ୍କ ହେଲେ ନୀର ଭରା । ୪ ଜଣଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ଗୁରୁତରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସମସ୍ତେ କୋଲକାତାର ବୋଲି ଜଣାପଡ଼ିଛି ।

କୋଲକାତାର ଗୋଟିଏ ପରିବାର ଛତିଶଗଡ଼ର ରାୟପୁରରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରୁ ଫେରିବା ପରେ ସେମାନେ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ପୁରୀ ଯାଇଥିଲେ । ପୁରୀରୁ ଫେରିବା ସମୟରେ ୬୦ ନମ୍ବର ଜାତୀୟ ରାଜପଥ ହଳଦୀପଦାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ସ୍କର୍ପିଓକୁ ଏକ ଟ୍ରକଟି ଧକ୍କା ଦେଇଥିଲା । ଦୁର୍ଘଟଣାରେ ସ୍କର୍ପିଓଟି ପୁରାପୁରୀ ଚୂନା ହୋଇଯାଇଛି । ସ୍କର୍ପିଓରେ ୮ ଜଣ ଯାତ୍ରୀ ରହିଥିଲେ ।

ସେହିପରି ସୁନ୍ଦରଗଡ ବଣାଇ ନିକଟରେ ବ୍ରିଜରେ ଗୋଟିଏ ବାଇକ ଧକ୍କା ହୋଇଛି । ଟିକାୟତପଲ୍ଲୀର ଭାଲୁପାଣି ନିକଟରେ ବାଇକଟି ବ୍ରିଜରେ ବାଡେଇ ହେବାରୁ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ତେବେ ମୃତକଙ୍କର ପରିଚୟ ମିଳି ପାରିନାହିଁ ।

By amfnews

Related Post