Sat. Mar 7th, 2026

ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ ପାଇଁ ଆଜିର ଦିନ ଗୁରୁତ୍ବପୂର୍ଣ୍ଣ, ପତ୍ନୀଙ୍କୁ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

344 Views

କୋଲକାତା, ଜାନୁଆରୀ ୦୪ : ହୃଦଘାତରେ ପୀଡିତ ହେବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟ ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ । ନଅ ଡାକ୍ତରଙ୍କ ଏକ ଟିମ୍ ଆଜି ଚିକିତ୍ସାର ପରବର୍ତ୍ତୀ ପର୍ଯ୍ୟାୟରେ ନିଷ୍ପତ୍ତି ନେବେ, ଯେଉଁଥିରେ ତାଙ୍କ ପରିବାର ମଧ୍ୟ ଉପସ୍ଥିତ ରହିବେ।

ତେବେ ବର୍ତ୍ତମାନ ଦାଦାଙ୍କ ଅବସ୍ଥା ସ୍ଥିର ରହିଛି। ଆଜି ଗାଙ୍ଗୁଲିଙ୍କ ଅବସ୍ଥା ଦେଖିବା ପରେ ଡାକ୍ତରମାନେ ବୋଧହୁଏ ଅନ୍ୟ ଏକ ଆଞ୍ଜିଓପ୍ଲାଷ୍ଟି ବିଷୟରେ ନିଷ୍ପତ୍ତି ନେବେ ।

ଶନିବାର କୋଲକାତାର ଉଡଲାଣ୍ଡ ହସ୍ପିଟାଲରେ ତାଙ୍କର ଏକ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା, ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କ ହୃଦୟରେ ତିନୋଟି ଧମନୀରେ ଏକ ଅବରୋଧ ଦେଖିବାକୁ ମିଳିଥିଲା, ଯାହାକୁ ହଟାଇବା ପାଇଁ ଷ୍ଟେଣ୍ଟ ଦିଆଯାଇଥିଲା।

ଗତକାଲି ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ୱାଭାବିକ ରହିଥିଲା ଏବଂ ତାଙ୍କର ଜ୍ୱର ନଥିଲା ବୋଲି ମେଡିକାଲ ପକ୍ଷରୁ କୁହାଯାଇଥିଲା । ତାଙ୍କର ରକ୍ତଚାପ ୧୧୦/୭୦ ଏବଂ ଶରୀରରେ ଅମ୍ଳଜାନ ସ୍ତର ମଧ୍ୟ ସ୍ବାଭାବିକ ଥିଲା  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ପାଇବା ପରେ ସୌରଭଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କ ସହ କଥା ହୋଇଥିଲେ । ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

ସୂତ୍ରରୁ ପ୍ରକାଶ ଯେ ବଙ୍ଗଳା ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଡାକ୍ତରଖାନା ପରିଦର୍ଶନ କରି ‘ଦାଦା’ଙ୍କ ସ୍ବାସ୍ଥ୍ୟ ବିଷୟରେ ପଚରା ବୁଝିଛନ୍ତି  ।

By amfnews

Related Post