Sat. Mar 7th, 2026

ସୋମବାରରୁ ଟିକେଟ୍‌ ବିତରଣ ଆରମ୍ଭ ସମ୍ଭାବନା: ଜିତେନ୍ଦ୍ର

251 Views

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ତିନିଦିନ ଧରି ଭୁବନେଶ୍ୱରରେ କଂଗ୍ରେସ ଦଳ ତରଫରୁ ପ୍ରଦେଶ ନିର୍ବାଚନ କମିଟି(ପିଇସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହେଉଛି। ବୈଠକରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ପ୍ରସଙ୍ଗରେ ଆଲୋଚନା ହେବ। ଏହି ବୈଠକ ଅନୁଷ୍ଠିତ ହେବା ସହିତ ନିକଟରେ ଘୋଷିତ ପିସିସିର ଅନ୍ୟ ସମସ୍ତ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ସୋମବାରରୁ ଦଳୀୟ ଟିକେଟ୍‌ ବିତରଣ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ କହିଛନ୍ତିି।

ଆଜି ଶ୍ରୀ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଲେ ଯେ ପିଇସି ବୈଠକରେ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ, ନିର୍ବାଚନ ରଣନୀତି, ନିର୍ବାଚନ ପ୍ରଚାର ଅଭିଯାନ ଆଦି ସଂପର୍କରେ ବିସ୍ତତ ଭାବେ ଆଲୋଚନା କରାଯିବ। ନୂଆ ପିସିସି ଟିମ୍‌କୁ କିଛି ନେତା ବିରୋଧ କରୁଥିବା ସଂପର୍କରେ ସେ କହିଲେ, ସେ ନୂଆ ଟିମ୍‌କୁ ସ୍ୱାଗତ କରୁଛନ୍ତି। ଏଥିରେ କିଛି ନୂଆ ତଥା ଯୁବ ଚେହେରାକୁ ପ୍ରତିଶ୍ରୁତି ଅନୁସାରେ ସାମିଲ କରାଯାଇଛି। ଆବଶ୍ୟକତା ପଡ଼ିଲେ, କମିଟିରେ ନାମ ଯୋଡ଼ାଯାଇପାରିବ ବୋଲି ସେ କହିଥିଲେ। ପ୍ରଦେଶ ନିର୍ବାଚନ କମିଟିରେ ଜୟଦେବ ଜେନାଙ୍କ ନାମ ନ ରହିବା ପ୍ରଶ୍ନର ଉତ୍ତରରେ ସେ କହିଲେ ଯେ ତାଙ୍କୁ ୪୨ଜଣିଆ କୋର୍‌ କମିଟିରେ ରଖାଯାଇଛି। ତାଙ୍କର କ୍ଷେତ୍ରସ୍ତରରେ ଯଥେଷ୍ଟ ଉପଯୋଗିତା ଥିବା ଦଳ ହୃଦୟଙ୍ଗମ କରୁଛି। ସେହିପରି ଦଳୀୟ କନ୍ଦଳ ଅଭିଯୋଗକୁ କଂଗ୍ରେସ ପ୍ରଭାରୀ ସିଧାସଳଖ ଖଣ୍ଡନ କରିଥିଲେ।

By amfnews

Related Post