Sat. Mar 7th, 2026

ସୋନଭଦ୍ର ନରସଂହାର: ପୀଡ଼ିତଙ୍କୁ ହସ୍ପିଟାଲରେ ଆଜି ଭେଟିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

187 Views

ସୋନଭଦ୍ର  : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ସୋନଭଦ୍ର ନରସଂହାର ପ୍ରଭାବିତ ଗାଁକୁ ଗସ୍ତ କରିବେ। ଏଥି ସହିତ ଯୋଗୀ ସୋନଭଦ୍ର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ଥିବା ପୀଡ଼ିତଙ୍କୁ ଭେଟିବେ। ସୂଚନା ଅନୁସାରେ ଯୋଗୀ ଆଦିତ୍ୟନାଥ ପୂର୍ବାହ୍ଣ ୧୧ଟା ୪୫ରେ ସୋନଭଦ୍ର ପୀଡ଼ିତଙ୍କ ଗାଁ ଗସ୍ତ କରିବେ ଏବଂ ପୀଡ଼ିତ ପରିବାରର ସଦସ୍ୟଙ୍କୁ ଭେଟିବେ। ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗର ଅଧ୍ୟକ୍ଷ ନନ୍ଦକୁମାର ସାଏ ନିଜର ୫ ଜଣିଆ ଟିମ୍‌ ସହିତ ସୋନଭଦ୍ର ନରସଂହାର ଯାଞ୍ଚ କରିବାକୁ ଜୁଲାଇ ୨୨ରେ ଗସ୍ତ କରିବେ।

ସୂଚନାଯୋଗ୍ୟ ସୋନଭଦ୍ର ଜିଲ୍ଲାର ଘୋରାଓ୍ଵଲ ଥାନା ଅନ୍ତର୍ଗତ ଉମ୍ଭା ଗାଁରେ ଜମିବାଡିକୁ କେନ୍ଦ୍ରକରି ବିବାଦ ହେବାରୁ ୧୦ ଜଣ ଲୋକଙ୍କୁ ହତ୍ୟା କରାଯାଇଛି। ଗାଁରେ କିଛି ବର୍ଷ ପୂର୍ବରୁ ଆଦର୍ଶ କୋ-ଅପରେଟିଭ୍‌ ନାଁରେ ଏକ ଟ୍ରଷ୍ଟ ଗଠନ କରାଯାଇଥିଲା। ଏହି ଟ୍ରଷ୍ଟ ଦ୍ୱାରା କିଛି ପରିମାଣର ଜମି ପରିଚାଳିତ ହେଉଥିଲା। କୋ-ଅପରେଟିଭରେ ୨ ଜଣ ଆଇଏଏସ୍‌ ଅଧିକାରୀ ସାମିଲ ଥିଲେ। ଏହି ଅଧିକାରୀମାନେ ୨ ବର୍ଷ ପୂର୍ବେ କିଛି ଜମିକୁ ସ୍ଥାନୀୟ ପ୍ରଧାନ ଯଜ୍ଞବତ ଭୂର୍ତିୟା ଏବଂ ତାଙ୍କର ବନ୍ଧୁଙ୍କୁ ବିକ୍ରି କରିଥିଲେ। ଏହି ଜମିକୁ ଗାଁର କିଛି ଲୋକ ବେଆଇନ ଜବରଦଖଲ କରୁଥିଲେ।

ଗତ ବୁଧବାର ଗ୍ରାମ ପ୍ରଧାନ ନିଜର ସମର୍ଥକଙ୍କ ସହିତ ଜମିକୁ ଚାଷ କରିବା ପାଇଁ ପହଂଚିଥିଲେ। ଏଥିରେ କିଛି ସଂପର୍କୀୟ ମଧ୍ୟ ସାମିଲ ଥିଲେ। ଏହି ସମୟରେ ଗାଁର ଲୋକ ଏବଂ ପ୍ରଧାନ ପରିବାର ମଧ୍ୟରେ ଲଢେଇ ହୋଇଥିଲା। ଏହା ପରେ ପ୍ରଧାନଙ୍କ ତରଫରୁ ଗୁଳିମାଡ଼ ହୋଇଥିଲେ। ଘଟଣାସ୍ଥଳରେ ୧୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆହୁରି ଅନେକ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନରସଂହାର ଘଟଣା ପରେ ଏବେ ଏଠାରେ ରାଜନୀତି ପ୍ରବେଶ କରିଛି। କଂଗ୍ରେସ ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ର ପୀଡ଼ିତ ପରିବାରକୁ ଭେଟିଛନ୍ତି। ଏହି ଘଟଣାରେ ପୋଲିସ ଏଯାଏଁ ୨୬ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପ୍ରାୟ ୫୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି।

By amfnews

Related Post