Sun. Mar 8th, 2026

ସୋଧା ରାଜପୁତ ପରିବାରର ବର ସୀମା ପାରକରି ପାକିସ୍ତାନରେ ବିବାହ କରିବାକୁ ଯାଉଛନ୍ତି , ମାତ୍ର ସାଙ୍ଗରେ କନ୍ୟାକୁ ନେଇ ଫେରୁ ନାହାନ୍ତି!

162 Views

ଜୟପୁର  : ସୀମା ପାରକରି ପାକିସ୍ତାନରେ ବିବାହ କରିବାକୁ ଯାଉଛନ୍ତି ବର ଏବଂ ବରଯାତ୍ରୀ , ମାତ୍ର କନ୍ୟାକୁ ନେଇ ଫେରି ପାରୁ ନାହାନ୍ତି। ଏଭଳି ଘଟଣା ଘଟୁଛି ରାଜସ୍ଥାନର ଜୈସଲମେର ଅଂଚଳରେ । ସେଠାରେ ରହୁଥିବା ସୋଧା ରାଜପୁତ ପରିବାରର ଏହା ଏକ ଆଲୋଚିତ ପ୍ରସଙ୍ଗ।

ରାଜସ୍ଥାନର ବାଡ଼ମେରରେ ‘ଖେଜଡ କା ପାର’ ଗାଁର ମହେନ୍ଦ୍ର ସିଂହଙ୍କ ବିବାହ ମାର୍ଚ୍ଚ ୮ରେ ପାକିସ୍ତାନର ସେହି ସିନୋହୀ ଗାଁରେ ହେବାର ଥିଲା, କିନ୍ତୁ ଏହି ସମୟରେ ଫେବୃୟାରୀ ୧୪ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ସେଥିରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଏହି ସମୟରେ ଥର ଏକ୍ସପ୍ରେସ ଚଳାଚଳ ବନ୍ଦ ହୋଇଯାଇଥିଲା । ବିବାହ ପାଇଁ ପାକିସ୍ତାନ ଯିବାକୁ ମହେନ୍ଦ୍ର ଯେତେ ଟିକେଟ ବୁକିଂ କରିଥିଲେ ସବୁ ବାତିଲ କରିଥିଲେ । ଏହା ପରେ ଏପ୍ରିଲରେ ବରଯାତ୍ରୀ ନେଇ ବିବାହ କରିଥିଲେ । ମହେନ୍ଦ୍ର ଗତ ସପ୍ତାହରେ ପାକିସ୍ତାନରୁ ଫେରିଛନ୍ତି କିନ୍ତୁ ସାଥୀରେ ପତ୍ନୀ ଆସି ନାହାନ୍ତି । ତାଙ୍କୁ ଭିସା ମିଳି ନାହିଁ । ତେଣୁ ପାକିସ୍ତାନ ଛାଡିବାକୁ ପଡ଼ିଛି ।

ଜୈସଲମେର ଅଂଚଳର ବୈୟା ଗ୍ରାମରୁ ବରଯାତ୍ରୀ ପାକିସ୍ତାନ ଯାଇଛି, ମାତ୍ର ଫେରିବା ବେଳକୁ ସାଥୀରେ କନ୍ୟା ଆସିନାହିଁ । ବୈୟା ଗ୍ରାମ ଭାରତ-ପାକିସ୍ତାନ ସୀମାରେ ରହିଛି । ୨୩ ବର୍ଷିଅ ବିକ୍ରମ ସିଂହ ଭାଟି ସୀମା ଅତିକ୍ରମ କରି ପାକିସ୍ତାନର ସିନୋଇ ଗ୍ରାମକୁ ବିବାହ କରିବାକୁ ଯାଇଥିଲେ । ମାତ୍ର ପତ୍ନୀଙ୍କୁ ଧରି ସେ ଫେରି ପାରି ନଥିଲେ।

By amfnews

Related Post