Thu. Jan 16th, 2025

ସେଲ ଅଧ୍ୟକ୍ଷ ଭାବେ ଅନୀଲ ଚୌଧୁରୀଙ୍କ କାର୍ଯ୍ୟଭାର ଗ୍ରହଣ

By amfnews Sep 23, 2018 #Featured
108 Views

ରାଉରକେଲା, ୨୩ା୯ : ମହାରତ୍ନ କମ୍ପାନୀ ସେଲର ଅଧ୍ୟକ୍ଷ ଭାବେ ଅନୀଲ କୁମାର ଚୌଧରୀ ସେପ୍ଟେମ୍ବର ୨୨ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏଥିପୂର୍ବରୁ ସେ ୨୦୧୧ ମସିହାରୁ ସେଳର ନିର୍ଦ୍ଦେଶକ (ଅର୍ଥ) ରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଶ୍ରୀ ଚୌଧରୀ ସେଲରେ ୧୯୮୪ ମସିହାରେ ଅର୍ଥ ବିଭାଗରେ କନିଷ୍ଠ ପ୍ରବନ୍ଧକ ଭାବେ ଯୋଗ ଦେଇଥିଲେ । ଚାକିରୀକାଳ ମଧ୍ୟହରେ ସେ ପଦୋନ୍ନତି ଲାଭ କରି ବୋକାରୋ ଇସ୍ପାତ କାରଖାନାରେ ୨୦୧୦ ମସିହାରେ ଅର୍ଥ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ରୂପେ ଅବସ୍ଥାପିତ ହୋଇଥିଲେ ।

ସେଲରେ ନିଜର କାର୍ଯ୍ୟାଳୟ ମଧ୍ୟରେ ଶ୍ରୀ ଚୌଧରୀ ଟ୍ରେଜେରୀ ଓ ବ୍ୟାଙ୍କିଙ୍ଗ ଅପରେସନ, ବିଦେଶୀ ମୁଦ୍ରା ପ୍ରବନ୍ଧନ, ପୁଞ୍ଜିଗତ ବଜେଟ, ବ୍ୟୟ ଓ ପରିଚାଳନାଗତ ବଜେଟ, ବିତ୍ତୀୟ ସହମତି ଏବଂ କେନ୍ଦ୍ରୀକୃତ ଗ୍ରାଚୁଇଟି ଏବଂ ସେବାନିବୃତ୍ତ ପାଣ୍ଠି ଆଦି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ସମଗ୍ର ଇସ୍ପାତ ଉଦ୍ୟୋଗ ବୈଶ୍ୱିକ କ୍ଷମତା ଠାରୁ ଅଧିକ ଉତ୍ପାଦନ ଓ କ୍ରମବର୍ଦ୍ଧିଷ୍ଣୁ କୋଇଲା ଦର ଭଳି ଆହ୍ୱାନର ସମ୍ମୁଖୀନ ହେଉଥିବା ସମୟରେ ଶ୍ରୀ ଚୌଧୁରୀ କମ୍ପାନୀର ଆର୍ଥିକ ପ୍ରଦର୍ଶନରେ ଉନ୍ନତି ଆଣିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ବ୍ୟୟ ନିପୁଣତା, ସମ୍ବଳର ସର୍ବଶ୍ରେଷ୍ଠ ଉପଯୋଗ ଏବଂ ସଠିକ ଆର୍ଥିକ ପରିଚାଳନାରେ ତାଙ୍କର ସମୟୋଚିତ ରରନୀତି ସେଲକୁ ପଟ୍ଟ ପରିବର୍ତ୍ତନ ହାସଲ କରିବାରେ ସହାୟକ ହୋଇଥିଲା । ଇନଷ୍ଟିଚ୍ୟୁଟ୍ ଅଫ କଷ୍ଟ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ ଏବଂ ଇନଷ୍ଟିଚ୍ୟୁଟ୍ ଅଫ କମ୍ପାନୀ ସେକ୍ରେଟାରୀଜର ସହଯୋଗୀ ସଦସ୍ୟ ଶ୍ରୀ ଚୌଧରୀ ଫେକଲ୍ଟି ଅଫ ଲ ଷ୍ଟଡିଜରେ ଆଇନ ଅଧ୍ୟୟନ କରି ସ୍ନାତକ ଡିଗ୍ରୀ ଲାଭ କରିଥିଲେ । ଏଥିସହିତ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫେକଲ୍ଟି ଅଫ ମେନେଜମେଣ୍ଟ ଷ୍ଟଡିଜରୁ ସେ ପର୍ସନାଲ ମେନେଜମେଣ୍ଟ ସ୍ନାତକୋତ୍ତର ଡିପ୍ଲୋମା ହାସଲ କରିଛନ୍ତି । ଆର୍ଥିକ ଓ ବ୍ୟବସାୟିକ ପ୍ରବନ୍ଧନରେ ମଧ୍ୟ ସେ ବହୁ ସମ୍ମାନଜନକ ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।

By amfnews

Related Post