Wed. Dec 25th, 2024

ସେଲ ଅଧ୍ୟକ୍ଷ ଭାବେ ଅନୀଲ କୁମାର ଚୌଧରୀଙ୍କ ପ୍ରଥମ ରାଉରକେଲା ଗସ୍ତ

By amfnews Nov 12, 2018 #Featured
122 Views

ରାଉରକେଲା, ୧୨ା୧୧  : ମହାରତ୍ନ କମ୍ପାନୀ ସେଲର ଅଧ୍ୟକ୍ଷ ଅନୀଲ କୁମାର ଚୌଧରୀ ନଭେମ୍ବର ୧୦ ତାରିଖରେ ୨ ଦିନିଆ ଗସ୍ତରେ ଆସି ରାଉରକେଲାରେ ପହଞ୍ôଚଥିଲେ । ସେଲ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ରାଉରକେଲା ଗସ୍ତରେ ଆସିଥିବା ଶ୍ରୀ ଚୌଧରୀଙ୍କ ସହ କାର୍ମିକ ବିଭାଗ ନିର୍ଦ୍ଦେଶକ ଅତୁଲ ଶ୍ରୀବାସ୍ତବ, ବୈଷୟିକ ବିଭାଗ ନିର୍ଦ୍ଦେଶକ ହରିନନ୍ଦ ରାୟ ଏବଂ ସେଲର ଅନ୍ୟ ବରିଷ୍ଠ ଅଧିକାରୀ ଗସ୍ତରେ ସାମିଲ ହୋଇଛନ୍ତି । ଅତିଥିମାନଙ୍କୁ ବିମାନବନ୍ଦର ଠାରେ ଆର୍ଏସ୍ପି ସିଇଓ ଅଶ୍ୱିନୀ କୁମାର ଏବଂ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପହଞ୍ôଚବା ପରେ ପରେ ଶ୍ରୀ ଚୌଧରୀ କାରଖାନା ପରିଦର୍ଶନରେ ଯାଇଥିଲେ ।

ନୂତନ ରୂପେ ପୁନଃ ନିର୍ମିତ ବ୍ଲାଷ୍ଟ ଫର୍ଣ୍ଣେସ-୧ ପରିଦର୍ଶନ କରିବା ପରେ ଶ୍ରୀ ଚୌଧରୀ ସ୍ପେଶାଲ ପ୍ଲେଟ ପ୍ଲାଣ୍ଟ ଗସ୍ତ କରିଥିଲେ । ସେଠାରେ ସେ ଅତିରିକ୍ତ ହିଟ ଟ୍ରିଟମେଣ୍ଟ ଲାଇନର ଉଦଘାଟନ କରିଥିଲେ । ସମୁଦାୟ ୧୫୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ ସୁବିଧା ଏସପିପିର ହିଟ ଟ୍ରିଟମେଣ୍ଟ ବ୍ୟବସ୍ଥାରେ ଉନ୍ନତି ଆଣିବ ଏବଂ ବିଭିନ୍ନ ପରିମାପର ଆବଶ୍ୟକତା ମୁତାବକ ପ୍ରତିରକ୍ଷା ଗ୍ରେଡ ସ୍ୱତନ୍ତ୍ର ଷ୍ଟିଲ ଚାହିଦା ପୂରଣରେ କାରଖାନାକୁ ସହାୟତା କରିବ ।

ଏହାପରେ ପରିଦର୍ଶନରେ ଆସିଥିବା ନେତୃବୃନ୍ଦ ନୂତନ ହଟ ଷ୍ଟ୍ରିପ ମିଲ ପ୍ରକଳ୍ପ ଅଞ୍ଚଳ ଓ ନୂତନ ପ୍ଲେଟ ମିଲ ଯାଇଥିଲେ । ନୂତନ ପ୍ଲେଟ ମିଲ ସମ୍ମୁଖରେ ସ୍ଥିତ ଉଦ୍ୟାନରେ ସେଲ ଅଧ୍ୟକ୍ଷ ଚାରାରୋପଣ କରିଥିଲେ । ଅପରାହ୍ଣରେ ଶ୍ରୀ ଚୌଧରୀ ଗୋପବନ୍ଧୁ ପ୍ରେକ୍ଷାଳୟ ଠାରେ ୫୦୦ କର୍ମଚାରୀ ଯୋଗ ଦେଇଥିବା ଏକ ଯୋଗାଯୋଗ ବୈଠକରେ ଉଦବୋଧନ ଦେଇଥିଲେ ଏବଂ ଏହାପରେ ସିଇଓଙ୍କ ସମ୍ମେଳନ କକ୍ଷଠାରେ କାରଖାନାର ବରିଷ୍ଠ ଅଧିକାରୀଙ୍କ ସହିତ ଏକ ବୈଠକରେ ସାମିଲ ହୋଇଥିଲେ ।

By amfnews

Related Post