Fri. Dec 27th, 2024

ସେଲ୍ର ଲାଭାର୍ଜନ ଓ ଅଗ୍ରଗତି ଯୋଗୁଁ ଶ୍ରମିକ କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବି ଅବିଳମ୍ବେ ପୂରଣ କରାଯାଉ – ଆର୍ଏସ୍ଏସ୍

rklsanchar@gmail.com' By J.N. Pradhan Aug 10, 2018 #Featured
233 Views

ରାଉରକେଲା, ୧୦ା୮ : ୨୦୧୮-୧୯ ଆର୍ôଥକ ବର୍ଷରେ ସେଲ୍ର ପ୍ରଥମ ତ୍ରୈମାସିକରେ କର ପରବର୍ତ୍ତୀ ଲାଭ ୫୪୦.୪୩ କୋଟି ଟଙ୍କା ହୋଇଥିବାରୁ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଏହାକୁ ସ୍ୱାଗତ କରାଯିବା ସହ ଏହା ଉତ୍ସାହଜନକ ଏବଂ ସେଲ୍ର କର୍ମଚାରୀ ତଥା ଆର୍ଏସ୍ପି କର୍ମଚାରୀଙ୍କ ପରିଶ୍ରମ, ନିଷ୍ଠାର ଉଦାହରଣ ବୋଲି ମତ ପ୍ରକାଶ କରାଯାଇଛି । ଏଣୁ ଶ୍ରମିକ କର୍ମଚାରୀମାନଙ୍କ ଦୀର୍ଘ ଦିନରୁ ଦାବି ହୋଇନଥିବା ନୂତନ ବେତନ ଚୁକ୍ତିନାମା, ପେନସନ ସ୍କିମ, ଲିଭ୍ ଏନକ୍ୟାସମେଣ୍ଟ ପ୍ରତିମାସରେ ମିଳୁଥିବା ଇନ୍ସେଣ୍ଟିଭ, ରିୱାର୍ଡର ରିଭିଜନ ପ୍ରଭୃତି ତୁରନ୍ତ କରିବା ପାଇଁ ସଂଘ ପକ୍ଷରୁ ଦୃଢ ଦାବି କରାଯାଇଛି ।

ଆର୍ଏସ୍ଏସ୍ ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ସଂଘ ସଭାନେତ୍ରୀ ଡିଏସ୍ ପାଣିକର ମତବ୍ୟକ୍ତ କରି କହିଲେ ଯେ, ଚଳିତ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସରେ ସେଲ୍ର ଉତ୍ପାଦନ ଓ ଉତ୍ପାଦକତା, ଇବିଆଇଟିଡିଏ, ବିକ୍ରିଯୋଗ୍ୟ ଇସ୍ପାତ, ଟେକ୍ନୋ ଇକୋନୋମିକ ପାରାମିଟର, ଶକ୍ତି ସଂରକ୍ଷଣ ପ୍ରଭୃତି କ୍ଷେତ୍ରରେ ୨୦୧୭-୧୮ ଆର୍ôଥକ ବର୍ଷ ତୁଳନାରେ ଏକ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଏହି ମାସ ୩ ତାରିଖରେ ସେଲ୍ ଅଧ୍ୟକ୍ଷ ଏକ ଉଚ୍ଚସ୍ତରୀୟ ବୈଠକରେ ଏହା ଘୋଷଣା କରିଥିଲେ ଓ ଆଗାମୀ ଦିନରେ ଏହି ଲାଭାର୍ଜନ ଧାରା ବଳବତ୍ତର ରହିବା ସହ ଅନେକ ଅଗ୍ରଗତି ହେବ ବୋଲି ଘୋଷଣା କରିଥିଲେ ।

ଏମୁ ସେଲ୍ କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବି ଅବିଳମ୍ବେ ପୂରଣ କରାଯାଉ । ନିଜର ବକ୍ତବ୍ୟରେ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା କହିଲେ ଯେ, ସେଲ୍ର ଏହି ଅଗ୍ରଗତି ଓ ସଫଳତାରେ ଆର୍ଏସ୍ପିର ଅବଦାନ ମଧ୍ୟ ଅତୁଳନୀୟ । ଅନେକ ପ୍ରତିକୂଳ ପରିସ୍ଥିତି ଓ ସିମୀତ ମାନବ ସମ୍ବଳରେ ଆର୍ଏସ୍ପି ଉତ୍ପାଦନ ଓ ଉତ୍ପାଦକତା, ବିକ୍ରିଯୋଗ୍ୟ ଇସ୍ପାତ, ସୃଜନାତ୍ମକ କାର୍ଯ୍ୟ, ଟେକ୍ନୋ ଇକୋନୋମିକ ପାରା ମିଟର, ଶକ୍ତି ସଂରକ୍ଷଣ ପ୍ରଭୃତିରେ ଉଲ୍ଲେଖନୀୟ ଅଗ୍ରଗତି ସହ ପ୍ରାୟ ୩୫୮ କୋଟିରୁ ଊଦ୍ଧ୍ୱର୍ କର ପୂର୍ବବର୍ତ୍ତୀ ଲାଭ ହାସଲ କରିଛି । ଏହି ଜୁଲାଇ ମାସରେ ଆର୍ଏସ୍ପିର ପ୍ରମୁଖ ବିଭାଗଗୁଡିକ ସର୍ବକାଳୀନ ରେକର୍ଡ ଉତ୍ପାଦନ ସହ ଅନେକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି ।

ଏତେସବୁ ଉନ୍ନତିର ସୋପାନ ହେଉଥିବା ବେଳେ କେନ୍ଦ୍ର ସରକାର, ଇସ୍ପାତ ମନ୍ତ୍ରଣାଳୟ ସେଲ୍ର ଶ୍ରମିକ କର୍ମଚାରୀଙ୍କ ନୂତନ ବେତନ ଚୁକ୍ତିନାମାର ସମୟ ଅବଧିକୁ ଦେଢବର୍ଷରୁ ଊଦ୍ଧ୍ୱର୍ ସମୟ ବିତିଯାଇଥିଲେ ମଧ୍ୟ ଗୋଟିଏ ହେଲେ ବି ବୈଠକ କରିନାହାନ୍ତି ଓ ବିଳମ୍ବ କରିଚାଲିଛନ୍ତି । ସେଲ୍ ପେନସନ ସ୍କିମ ପ୍ରଚଳନ ପାଇଁ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ପାଇଁ ସେଲ୍ ଭଳି ଏକ ମହାରତ୍ନ କମ୍ପାନୀର ଶ୍ରମିକ କର୍ମଚାରୀମାନେ ଆର୍ôଥକ କ୍ଷତି ସହୁଛନ୍ତି ଓ ହତାଶା ମଧ୍ୟରେ ଗତି କରୁଛନ୍ତି । ଶ୍ରମିକ କର୍ମଚାରୀଙ୍କ ଜୀବନ ଧାରଣର ମାନରେ ଅବନ୍ନତି ହେଉଛି । ଇସ୍ପାତ ସହରାଞ୍ଚଳର ରକ୍ଷଣାବେକ୍ଷଣ ଅଭାବରୁ ବାସଗୃହ ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ, ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡିଛି ।

ନୂତନ ନିଯୁକ୍ତି ହେଉନାହିଁ । ସେଲ୍ ପରିଚାଳିତ ବିଦ୍ୟାଳୟ ଓ ବିଦ୍ୟାମନ୍ଦିରରେ ଶିକ୍ଷାଦାନ ପାଇଁ ଶିକ୍ଷକ ନିଯୁକ୍ତି ହେଉନାହିଁ । ଭିତ୍ତିଭୂମିର ବିକାଶ ହେଉ ନାହିଁ । ସ୍ୱାସ୍ଥ୍ୟସେବା ଓ ସାମାଜିକ ସୁରକ୍ଷାରେ ଅବନ୍ନତି ଘଟୁଛି । କେନ୍ଦ୍ର ସରକାର କେବଳ ବ୍ୟାପକ ଘରୋଇକରଣ ପାଇଁ ଯୋଜନା କରୁଛନ୍ତି । ସ୍ୱୀକୃତି ପ୍ରାପ୍ତ ୟୁନିୟନ ସହଯୋଗରେ ଆର୍ଏସ୍ପି କର୍ତ୍ତୃପକ୍ଷ ସୁରକ୍ଷା ଅଭ୍ୟାସ ନାମରେ କର୍ମଚାରୀଙ୍କ ଉପରେ ଜୋରିମାନା ଲଦି ଦେଉଛନ୍ତି । ଅସୁରକ୍ଷିତ ସ୍ଥାନ ଓ କାର୍ଯ୍ୟପଦ୍ଧତିକୁ ସୁରକ୍ଷିତ କରାଯାଉ ନାହିଁ ।

ଯଦି କୌଣସି କର୍ମଚାରୀ ଅଭିଯୋଗ କରୁଛନ୍ତି ତେବେ ତାଙ୍କୁ ନାଲିଆଖି ଦେଖାଯାଉଛି ଓ ଟ୍ରାନ୍ସଫର ଓ ଚାର୍ଜସିଟ୍ର ଭୟ ଦେଖାଯାଉଛି । କାର୍ଯ୍ୟ କ୍ଷେତ୍ରରେ କେହି କର୍ମଚାରୀ ଦୁର୍ଘଟଣାର ଶିକାର ହେଲେ ତାଙ୍କୁ ଆଇଓଡବ୍ଲ୍ୟୁ କିମ୍ବା ଆଇଓଡି ଦିଆଯାଉ ନାହିଁ । ମ୍ୟାନେଜମେଣ୍ଟ ସ୍ୱୀକୃତିପ୍ରାପ୍ତ ୟୁନିୟନର ନେତାଙ୍କ ସହାୟତାରେ ଆଇଓଡବ୍ଲ୍ୟୁ ଓ ଆଇଓଡି ନ ନେବା ପାଇଁ ଶ୍ରମିକ କର୍ମଚାରୀଙ୍କ ଉପରେ ଚାପ ପକାଉଛନ୍ତି । ସୁରକ୍ଷା ଉପକରଣ, ରେନକୋର୍ଟ, ଗନବୁଟ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ସୁରକ୍ଷା ଉପକରଣର ଘୋର ଅଭାବ ଦେଖା ଦେଇଛି । ସିମୀତ ଶ୍ରମ ଶକ୍ତିରେ ରେକର୍ଡ ଉତ୍ପାଦନ ହେଉଥିଲେ ମଧ୍ୟ ରିୱାର୍ଡ, ବୋନସ, ଇନ୍ସେଣ୍ଟିଭ, କ୍ୟୁବିଏମ୍ଏସ୍, ସିସିଆର୍ଏସ୍ ପରିମାଣ ବୃଦ୍ଧି ହେଉନାହିଁ ।

ଏଣୁ ଉପରୋକ୍ତ ନ୍ୟାର୍ଯ୍ୟ ଦାବିଗୁଡିକର ଆଶୁ ସମାଧାନ କରି ଶ୍ରମିକ କର୍ମଚାରୀଙ୍କ ମନୋବଳ ବୃଦ୍ଧି ପାଇ ରାଉରକେଲା ଶ୍ରମିକ ସଂଘ ପକ୍ଷରୁ ଦାବି କରାଯାଇଛି । ଅନ୍ୟଥା ଆଗାମୀ ଦିନରେ ଯେଉଁ ଭୟାବହ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପରିଚାଳନା କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି ।

Related Post