Sat. Nov 2nd, 2024

ସେଲ୍କୁ ଘରୋଇକରଣରୁ ରକ୍ଷା ତଥା ତୁରନ୍ତ ସଫଳ ଏନ୍ଜେସିଏସ୍ ଚୁକ୍ତିନାମା ପାଇଁ ଜାନୁୟାରୀ ୮ ଓ ୯ ଧର୍ମଘଟକୁ ସଫଳ କରନ୍ତୁ – ସିଆଇଟିୟୁ

By amfnews Dec 2, 2018 #Featured
200 Views

ରାଉରକେଲା, ୨ା୧୨ : ଷ୍ଟିଲ୍ ୱାର୍କର୍ସ ଫେଡେରେସନ ଅଫ୍ ଇଣ୍ଡିଆର କାର୍ଯ୍ୟକାରିଣୀ କମିଟି ବୈଠକ ସିଆଇଟିୟୁ ସାଧାରଣ ସମ୍ପାଦକ ତପନ ସେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ଏସ୍ଡବ୍ଲ୍ୟୁଏଫ୍ଆଇ ସାଧାରଣ ସମ୍ପାଦକ ପି.କେ. ଦାସ ତଥା ସମସ୍ତ ପ୍ଲାଣ୍ଟର ସିଆଇଟିୟୁ ନେତୃବୃନ୍ଦ ବୈଠକରେ ଉପସ୍ଥିତ ରହି ଗତ ୧୯ ତାରିଖର ଉତ୍ପାଦନ ଓ ଉତ୍ପାଦକତା ବୈଠକରେ ସେଲ୍ର ଉତ୍ପାଦନ, ଏନ୍ଜେସିଏସ୍, ସୁରକ୍ଷା ସମ୍ପର୍କରେ ତଥ୍ୟ କାର୍ଯ୍ୟକାରୀ କମିଟିକୁ ଦିଆଯାଇଥିଲା । ସେଲ୍ରେ ବାରମ୍ବାର ଦୁର୍ଘଟଣା ଘଟିବା ବିଶେଷ କରି ଭିଲାଇ ଦୁର୍ଘଟଣା ପାଇଁ କାର୍ଯ୍ୟକାରୀ କମିଟି ଗଭୀର ଉଦ୍ବେଗ ପ୍ରକାଶ କରିଥିଲା ।

ସେଲ୍ ଅଧ୍ୟକ୍ଷଙ୍କ ଘୋଷଣା ଅନୁଯାୟୀ ସମସ୍ତ ପ୍ଲାଣ୍ଟରେ ଏନ୍ଜେସିଏସ୍ ୟୁନିୟନମାନଙ୍କୁ ନେଇ ଉତ୍ପାଦନ ଏବଂ ସୁରକ୍ଷା କମିଟିଗୁଡିକ ବସିବା ପାଇଁ ଉଦ୍ୟମ କରାଯିବ । ଆଜିର କାର୍ଯ୍ୟକାରୀ କମିଟିରେ ଆର୍ôଥକ ମାନ୍ଦାବସ୍ଥା ସତ୍ତେ୍ୱ ଇସ୍ପାତ ଶ୍ରମିକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ସେବା ମନୋବୃତ୍ତିରୁ ସେଲ୍କୁ ଲାଭଜନକ ସ୍ଥିତିକୁ ଆଣିପାରିଛନ୍ତି । ସେଲ୍ର କ୍ଷତି ପାଇଁ କେନ୍ଦ୍ର ସରକାରଙ୍କ ଭୁଲ୍ ନୀତି ତଥା କର୍ପୋରେଟ୍ ସପକ୍ଷବାଦୀ ନୀତି ଲାଗି ଘଟୁଛି । ଗୋଟିଏ ପକ୍ଷରେ ଘରୋଇ କମ୍ପାନୀ ଗୁଡିକୁ ହଜାର ହଜାର କୋଟି ଟଙ୍କାର ଋଣଛାଡ କରିବା ସହିତ ସମସ୍ତ ପ୍ରକାର ଟିକସ ଗୁଡିକୁ ମଧ୍ୟ ଛାଡ କରାଯାଉଛି । ଖଣି ଓ ଭିତ୍ତିଭୂମି ଯୋଗାଇ ଦିଆଯାଉଛି । ସେମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଶ୍ରମ ଆଇନ୍ ପରିବର୍ତ୍ତନ କରାଯାଉଛି ।

ଠିକା ଶ୍ରମ ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଗୋଟିଏ ଟଙ୍କା ତ ସାହାଯ୍ୟ କରୁନାହାନ୍ତି, ଟିକସ ଉପରେ ଟିକସ ଲଦିବା ସହ ଲାଭାର୍ଜନକୁ ମଧ୍ୟ ନେଇଯାଉଛନ୍ତି । ନିଜସ୍ୱ ଅର୍ଥରେ ଆଧୁନିକୀକରଣ ନାଁରେ ସାଲେମ ଓ ଆଲୟ ଭଳି ପ୍ଲାଣ୍ଟ ତଥା ଆର୍ଏସ୍ପିର ସିଆର୍ଏମ୍ ଇତ୍ୟାଦିର ଆଧୁନିକୀକରଣ ହେଉନାହିଁ । ଭଦ୍ରାବତୀ ପ୍ଲାମ୍ଟକୁ ଖଣି ଦେଉନାହାନ୍ତି । ଭିଲାଇ ଷ୍ଟିଲ୍ ପ୍ଲାଣ୍ଟରେ ରେଳ ଲଇନ୍, ଆର୍ଏସ୍ପିର ପାଇପ୍ ଇତ୍ୟାଦିକୁ ସେଲ୍ ହାତରୁ ନେଇ ଜିନ୍ଦଲ ହାତକୁ ଟେକି ଦିଆଯାଇଛି । ଏହି ନୀତି ପାଇଁ ସେଲ୍ ଆଜି କ୍ଷତିର ସମ୍ମୁଖୀନ ହୋଇଛି । ଦେଶର ଆବଶ୍ୟକତା ୯୦ ମିଲିୟନ ଟନ୍ରୁ ସେଲ୍ର ମାତ୍ର ୧୬ ମିଲିୟନ ଟନ୍ ଉତ୍ପାଦନ କ୍ଷମତା ରହିଛି । ସେଲ୍ ତା’ର ଉତ୍ପାଦନ ପାଇଁ ଘରୋଇ କମ୍ପାନୀ ସହ ପ୍ରତିଯୋଗିତା କରୁଛି ଏବଂ ବିଦେଶୀ ଇସ୍ପାତ କମ୍ପାନୀକୁ ମଧ୍ୟ ସାମ୍ନା କରୁଛି । ଉଭୟ ସ୍ଥାୟୀ ଓ ଠିକା ଶ୍ରମିକ ବ୍ୟାପକ ଉତ୍ପାଦନ କରି ସେଲ୍କୁ କେବଳ ରକ୍ଷା କରୁନାହାନ୍ତି, ସେଲ୍କୁ ଲାଭ ଦେଉଥିବା ବେଳେ ୨ ବର୍ଷ ଧରି ମଜୁରୀ ଚୁକ୍ତିନାମା ହେବା ତ ଦୂରର କଥା, ବୈଠକ ବସୁ ନାହିଁ ।

ଶ୍ରମିକ ପାଉଥିବା ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ସୁରକ୍ଷା ବ୍ୟବସ୍ଥାକୁ ହରାଇଚାଲିଛନ୍ତି । ବର୍ଷ ବର୍ଷ ଧରି ନିଯୁକ୍ତି ନାହିଁ, ଯାହା ବି ନିଯୁକ୍ତି ଦିଆଯାଉଛି, ତାହା ଯୋଗ୍ୟତା ଆଧାରରେ ହେଉନାହିଁ । ତେଣୁ ସେଲ୍କୁ ଘରୋଇକରଣରୁ ରକ୍ଷା କରିବା ସହିତ ସଫଳ ଏନ୍ଜେସିଏସ୍ ଚୁକ୍ତିନାମା ତୁରନ୍ତ କରିବା ପାଇଁ ମିଳିତ ଟ୍ରେଡ୍ ୟୁନିୟନ ଆଧାରରେ ଆସନ୍ତା ଜାନୁୟାରୀ ୮ ଓ ୯ ତାରିଖ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବାକୁ ଏସ୍ଡବ୍ଲ୍ୟୁଏଫ୍ଆଇ ଆହ୍ୱାନ କରିଛି । ଗତ ୨୦୦୯ରେ ସରକାର ସେଲ୍ କର୍ତ୍ତୃପକ୍ଷଙ୍କ ଏନ୍ଜେସିଏସ୍ ନ କରିବା ବିରୁଦ୍ଧରେ ସିଆଇଟିୟୁ ଏକକ ୨ ଦିନିଆ ସଫଳ ଧର୍ମଘଟ କରିଥିଲା । ଫଳରେ ଶ୍ରମିକମାନେ ୨ଟି ୫ ବର୍ଷିୟା ଏନ୍ଜେସିଏସ୍ ଚୁକ୍ତିନାମା ଦ୍ୱାରା ଉତ୍ତମ ଦରମା ପାଇପାରୁଛନ୍ତି ।

ଆଜି ଦିନରେ ସମସ୍ତ ମିଳିତ ଟ୍ରେଡ୍ ୟୁନିୟନ ଡାକରାର ଧର୍ମଘଟ ସଫଳ କରିବାକୁ ହେବ । ଯାହାଦ୍ୱାରା ସରକାରଙ୍କ ଆଫେର୍ଡେବିଲିଟି ନାମରେ ସେଲ୍ କର୍ତ୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବା ସହ ସଫଳ ଏନ୍ଜେସିଏସ୍ ଚୁକ୍ତିନାମା ସମ୍ଭବ । ଉଭୟ ଇସ୍ପାତ ଓ ଠିକା ଶ୍ରମିକମାନଙ୍କର ଏନ୍ଜେସିଏସ୍ ଚୁକ୍ତିନାମା କରାଯାଉ । ଏହି ବୈଠକରେ ଅନ୍ୟ ସମସ୍ତ ପ୍ଲାଣ୍ଟ ସହ ରାଉରକେଲାରୁ ବସନ୍ତ ନାୟକ, ବିମାନ ମାଇତି, ସୁରେନ୍ଦ୍ର ମହାନ୍ତି, ଅଶୋକ ମିଶ୍ର, ଖଣି ଅଞ୍ଚଳରୁ ପ୍ରମୋଦ ସାମଲ, ଇନ୍ଦ୍ରମଣି ବେହେରା, ଆନନ୍ଦ ହରୋ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା ୫ ତାରିଖ ଦିନ କଲିକତା ଠାରେ ସେଲ୍ ଏମ୍ପ୍ଲଇଜ୍ ସୁପରନିଉଏସନ ବେନିଫିଟ୍ ଫଣ୍ଡ (ଏସ୍ଇଏସ୍ବିଏଫ୍)ର ବୈଠକ ଅନୁଷ୍ଠିତ ହେବ ।

By amfnews

Related Post