Wed. Mar 19th, 2025

ସେଣ୍ଟ୍ରାଲ୍ ଷ୍ଟୋର୍‌ରୁ ଆଲୁମିନିୟମ୍‌ ସ୍କ୍ରାପ୍‌ ଚୋରି ଅଭିଯୋଗ: ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୪ ଗିରଫ

By amfnews Jan 12, 2019 #Featured
234 Views

ବାଲେଶ୍ୱର: ‌େନ‌େସ୍କା ୟୁଟିଲିଟିର ବାଲେଶ୍ବର ସେଣ୍ଟ୍ରାଲ ଷ୍ଟୋରରୁ ଆଲୁମିନିୟମ୍‌ ସ୍କ୍ରାପ୍‌ ଚୋରି ଅଭିଯୋଗରେ ପୁଲିସ ‌େନ‌େସ୍କାର ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ସହ ୪ ଜଣଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା‌ଯୋଗ୍ୟ ଯେ, ‌‌େନ‌େସ୍କା ସେଣ୍ଟ୍ରାଲ ଷ୍ଟୋରରୁ ଚଳିତ ବର୍ଷ ସେପ୍ଟେମ୍ବର ୧୧ ତାରିଖରେ ୯ଟି ବସ୍ତାରେ ଥିବା ପ୍ରାୟ ୪୦ ହଜାର ଟଙ୍କା ମୂଲ୍ୟର ଆଲୁମିନିୟମ୍‌ ସ୍କ୍ରାପ୍‌ ଚୋରି ହୋଇଯାଇଥିଲା। ଏ ନେଇ ‌େନ‌େସ୍କା ଆଭ୍ୟନ୍ତରୀଣ ଭିଜିଲାନ୍ସ ତରଫରୁ ତଦନ୍ତ କରାଯାଇଥିଲା। ତଦନ୍ତରେ ଚୋରି ହୋଇଥିବା ନିଶ୍ଚିତ ହେବାପରେ ଷ୍ଟୋର ଦାୟିତ୍ବରେ ଥିବା ନିର୍ବାହୀ ଯନ୍ତ୍ରୀ ଚିତ୍ତରଂଜନ ମିସ୍ତ୍ରୀଙ୍କୁ ୨୦୧୮ ନଭେମ୍ବର ୧ରେ ନିଲମ୍ବନ କରାଗଲା। ତାଙ୍କ ସ୍ଥାନରେ ଅନନ୍ତ ନାରାୟଣ ବିଶୋଇଙ୍କୁ ନୂତନ ଦାୟିତ୍ବ ଦିଆଗଲା। ଦାୟିତ୍ବ ନେବା ପରେ ଚୋରି ନେଇ ଶ୍ରୀ ବିଶୋଇ ୨୦୧୮ ନଭେମ୍ବର ୧୪ରେ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ।

ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଥାନା କେସ୍‌ ନଂ ୩୧୧/୧୮ରେ ଦଫା ୩୭୯, ୪୦୯, ୧୨୦(ବି) ଓ ୩୪ରେ ଏକ ମକଦମା ରୁଜୁ କରିଲା। ଘଟଣାର ତଦନ୍ତ କରି ପୁଲିସ ପୂର୍ବତନ ଷ୍ଟୋର ନିର୍ବାହୀ ଯନ୍ତ୍ରୀ ଚିତ୍ତରଂଜନ ମିସ୍ତ୍ରୀ, ଜୁନିୟର ଷ୍ଟୋର କିପର ସତ୍ୟବ୍ରତ ଦାସ, ରାଜେନ୍ଦ୍ର କୁମାର ଖିଲାର ଓ ସୁରକ୍ଷା କର୍ମୀ ତପନ କୁମାର ବେହେରାଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା କରିଥଲା। ତେବେ ସେମାନେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ତେଣୁ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ସହଦେବଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ କହିଛନ୍ତି। ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ ହେବାପରେ ସେମାନଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଚୋରି ହୋଇଥିବା ଏହି ସ୍କ୍ରାପ୍‌ ବାହାରେ ବିକ୍ରି କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣା ଯାଇଛି।

By amfnews

Related Post