ରାଉରକେଲା,ନଭେମ୍ବର,୪ : ରାଜଗାଙ୍ଗପୁର ସ୍ଥିତ ସୁରଜ ପ୍ରଡକ୍ଟ ସ୍ପଞ୍ଜ ଆଇରନ କାରଖାନା କର୍ମଚାରୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ରଘୁନାଥପାଲି ପୁଲିସ ଜଣକୁ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଆଉ ୩ ଜଣ ଫେରାର ଅଛନ୍ତି । ଗିରଫ ଲୁଟେରା ଠାରୁ ପୁଲିସ ମାତ୍ର ୨ ହଜାର ଟଙ୍କା ଜବତ କରିଛି । ଲୁଟେରାର ଘର ଗଞ୍ଜାମ ଆସ୍କା ଅଞ୍ଚଳରେ । ସେ ବେଦବ୍ୟାସ ଅଞ୍ଚଳରେ ରହୁଛି ।
ଏହି ଘଟଣାରେ ଦାସ ହିଁ ମାଷ୍ଟର ମାଇଣ୍ଡ । ସେହି ଆସ୍କା ଅଞ୍ଚଳର ୩ ଜଣ ସାଙ୍ଗକୁ ଆଣିି ଲୁଟ୍ ଘଟାଇଥିଲା । ତା’ର ଅନ୍ୟ ୩ ଜଣ ସହଯୋଗୀ ସବୁ ଟଙ୍କା ଧରି ଫେରାର ହୋଇ ଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି । ଏଠାରେ ସୂଚନାଯୋଗ୍ୟ ଯେ, ଗତ ମାସ ସୁରଜ ପ୍ରଡକ୍ଟର ଦିଲୀପ ଗୋପ୍ ନାମକ ଜଣେ କର୍ମଚାରୀ ଉଦିତନଗର କାନରା ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଇ ସିଭିଲ ଟାଉନସିପ୍ ସ୍ଥିତ କାର୍ଯ୍ୟାଳୟକୁ ଫେରୁଥିଲେ । ଟଙ୍କା ବ୍ୟାଙ୍କ ଗାଡ଼ିର ହ୍ୟାଣ୍ଡଲରେ ଝୁଲାଇ ରଖିଥିଲେ ।
ସିଭିଲ ଟାଉନସିପ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିକଟରେ ଲୁଟେରାମାନେ ୫ ଲକ୍ଷ ଟଙ୍କା ଥିବା ବ୍ୟାଗକୁ ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏହି ୪ ଲୁଟିଆମାନେ ଘଟଣା ଦିନ ବ୍ୟାଙ୍କରେ ରହି କେଉଁମାନେ ମୋଟା ଅଙ୍କର ଟଙ୍କା ଉଠାଉଛନ୍ତି ତା ଉପରେ ଲକ୍ଷ୍ୟ ରଖୁଥିଲେ । ଏତିକିବେଳେ ସୁରଜ ପ୍ରଡକ୍ଟ ସ୍ପଞ୍ଜ ଆଇରନ କାରଖାନା କର୍ମଚାରୀଙ୍କଠାରୁ ୫ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ସେମାନଙ୍କ ନଜରରେ ପଡିଥିଲା । ତେଣୁ ସେମାନେ ତାଙ୍କୁ ଅନୁସରଣ କରି ଟଙ୍କା ଲୁଟ୍ କରିଥିଲେ ।