Sat. Mar 7th, 2026

ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କରର ମୁଖ୍ୟ କମାଣ୍ଡର ମୃତ

227 Views

ଜମ୍ମୁ: ବୁଧବାର ଭୋର ଭୋରରୁ ଶ୍ରୀନଗରର ଫତେ କଦଲ ଅଞ୍ଚଳରେ ପୁଲିସ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏହି ଗୁଳି ବିନିମୟରେ ଲସ୍କର ଇ ତୋଇବାର କମାଣ୍ଡରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀ ଲସ୍କରର ମୁଖ୍ୟ ଆତଙ୍କବାଦୀ ମେହରାଜ ବେଙ୍ଗରୁ ଓ ତା’ର ଦୁଇ ସାଥୀକୁ ମାରି ଗଡ଼ାଇଛନ୍ତି। ଯିଏକି ସମ୍ପୂର୍ଣ୍ଣ ଘାଟିରେ ଆତଙ୍କବାଦୀ ବୃଦ୍ଧି କରିବାର କାମ କରିଥାଏ। ବର୍ତ୍ତମାନ ମଧ୍ୟ ସେଠାରେ ଗୁଳି ବିନିମୟ ଜାରି ରହିଛି।

ସିଆରପିଏଫ ଇନ୍ସପେକ୍ଟର ଜେନେରାଲଙ୍କ କହିବାନୁସାରେ, ସେନା, ଜମ୍ମୁ ଓ କଶ୍ମୀର ପୁଲିସ ଏବଂ ସିଆରପିଏଫ ମିଳିତ ଭାବେ ଏହି ଗୁଳିବିନିମୟରେ ସାମିଲ ହୋଇଥିଲେ। କିଛି ଆତଙ୍କବାଦୀ ଫତେ କଦଲ ଅଞ୍ଚଳରେ ଛପି ରହିଥିବା ବିଶେଷ ଗୁଇନ୍ଦା ସୂଚନା ଆଧାରରେ ସେଠାରେ ସୁରକ୍ଷା କର୍ମୀମାନେ ପହଞ୍ଚିବା ପରେ ସେମାନଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ପରେ ସୁରକ୍ଷା କର୍ମୀମାନେ ପାଲଟା ଜବାବ ଦେଇ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ନିପାତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଲସ୍କର ଇ ତୋଇବାରର ମୁଖ୍ୟ କମାଣ୍ଡର ମେହରାଜ ବେଙ୍ଗରୁ ଥିବା ବି ଜଣାପଡ଼ିଛି।

ଜଣେ ପୁଲିସ କର୍ମୀ ମଧ୍ୟ ଏହି ଏନକାଉଣ୍ଟରରେ ସହିଦ ହୋଇଛନ୍ତି। ତେବେ ମୃତ୍ୟୁବରଣ କରିଥିବା ଆତଙ୍କବାଦୀମାନଙ୍କୁ ଚିହ୍ନଟ କରାଯିବା ସହିତ ସେମାନେ କେଉଁ ସଙ୍ଗଠନ ପାଇଁ କାର୍ଯ୍ୟ କରୁଥିଲେ ତାହା ଜାଣିବା ପଡ଼ି ଯାଇଛି। ସମଗ୍ର ଅଞ୍ଚଳକୁ ସୁରକ୍ଷା କର୍ମୀମାନେ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଚଳାଇଛନ୍ତି।

By amfnews

Related Post