Sun. Mar 8th, 2026

ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି; ଯୋଗାଯୋଗ ବିଚ୍ଛିନ୍ନ

297 Views

ସୋନପୁର : ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସୋନପୁର ବ୍ଲକ୍‌ ପାଇକବାହଲ ଗାଁ ନିକଟରେ ଥିବା ରାକ୍ଷସ ନାଳରେ ବନ୍ୟା ପାଣି ପ୍ରବାହିତ ହେଉଛି। ୩ ଫୁଟ ଉଚ୍ଚର ବନ୍ୟାପାଣି ଗାଁ ଭିତର ଦେଇ ପ୍ରବାହିତ ହେଉଛି।

ସେହିପରି ବୀରମହାରାଜପୁର ବ୍ଲକର କୃଷ୍ଣପାଲି ଏବଂ ଉଲୁଣ୍ଡା ବ୍ଲକର ପୁଲେଶ୍ୱର ଗାଁରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୀରମହାରାଜପୁରରୁ ଚାରମାଳ ଦେଇ ରେଢ଼ାଖୋଲକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗାଁରେ ବନ୍ୟା ପାଣି ପ୍ରବାହିତ ହେବା ସହ ଚାଷ ଜମି ମଧ୍ୟ ଜଳମଗ୍ନ ହୋଇଛି। ରକ୍ସା ଛକରେ ଥିବା ଏକ ମଠ ସମ୍ପୂର୍ଣ୍ଣ  ବୁଡିଯାଇଛି। ମଠରେ ୩ ସାଧୁ ଫସିରହିଥିବା ବେଳେ ସେମାନଙ୍କୁ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି।

By amfnews

Related Post