Wed. Jan 1st, 2025

ସୁପ୍ରିମକୋର୍ଟରେ ହାରିଲେ ଅବଦୁଲ୍ଲା ୟେମେନ, ସୋଲିହ ହେବେ ମାଳଦୀପର ରାଷ୍ଟ୍ରପତି

By amfnews Oct 22, 2018 #Featured
234 Views

ମାଲେ, ଅକ୍ଟୋବର ୨୨ : ମାଳଦୀପର ବର୍ତ୍ତମାନ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ ଗୟୁନ ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟାକୁ ମୁକାବିଲା କରିବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ମୋକଦ୍ଦମାରେ ହାରି ଯାଇଛନ୍ତି । ଏଥି ସହିତ ନିର୍ବାଚନ ଫଳାଫଳ ବୈଧ ଘୋଷଣା କରାଯାଇଛି । ନିଜର ଆବେଦନରେ ନିର୍ବାଚନ ଆୟୋଗ ଉପରେ ସେ ଅଭିଯୋଗ ଆଣିଥିଲେ, ମତଦାନ ପତ୍ରରେ ସଠିକ କାଳି ବ୍ୟବହାର ହୋଇ ନଥିବାରୁ ତାଙ୍କ ନାମ ଲିଭି ଯାଇଥିଲା ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟର ୫ ଜଣିଆ ଜଜଙ୍କୁ ନେଇ ଗଠିତ ଖଣ୍ଡପୀଠ ରବିବାର କହିଛନ୍ତି ଅଭିଯୋଗ ଭିତ୍ତିହୀନ । କାରଣ ରାଷ୍ଟ୍ରପତି ଉପଯୁକ୍ତ ପ୍ରମାଣ ଦେଇ ପାରି ନାହାନ୍ତି । ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୨୩ରେ ହୋଇଥିବା ନିର୍ବାଚନରେ ନିଜର ପ୍ରତିଦ୍ୱନ୍ଦ୍ୱୀ ଇବ୍ରାହୀମ ସୋଲିହଙ୍କ ଠାରୁ ୧୬ ପ୍ରତିଶତ ଭୋଟ ପଛରେ ରହିଥିଲେ । ନିର୍ବାଚନ ଫଳାଫଳ ସଂଯୁକ୍ତ ରାଷ୍ଟ୍ର, ଭାରତ, ଚୀନ ଓ ଇଉରୋପୀୟ ଦେଶଗୁଡ଼ିକ ସ୍ୱାଗତ କରିଥିଲେ ।

ୟାମିନ ପ୍ରଥମେ ନିର୍ବାଚନ ହାରିବା ସ୍ୱୀକାର କରିଥିଲେ କିନ୍ତୁ ପରେ ସେ ମତଦାନରେ ଅନୀୟମିତତା ହୋଇଥିବା ଅଭିଯୋଗ ଆଣିଥିଲେ । ୟାମିନ ବୁଧବାରକୁ ଯେଉଁ ଭାଷଣ ଦେଉଥିଲେ, ସ୍ଥାନୀୟ ଲୋକେ ଭାବୁଥିଲେ ଯେ, ଏହା ହେଉଛି ତାଙ୍କର ବିଦାୟୀ ଭାଷଣ । କୋର୍ଟଙ୍କ ରାୟ ଆସିବା ବେଳକୁ ବିରୋଧୀ ଦଳର ସମର୍ଥକମାନେ ବାହାରେ ଛିଡ଼ା ହୋଇଥିଲେ । ରାୟ ଆସିବା ପରେ ସେମାନେ ଖୁସିରେ ଉତ୍ସାହିତ ଦେଖାଯାଇଥିଲେ ।

By amfnews

Related Post