Sun. Mar 8th, 2026

ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କଲେ ପୁରୀ ଶଙ୍କରାଚାର୍ଯ୍ୟ

221 Views

ଭୁବନେଶ୍ବର : ଅଯୋଧ୍ୟା ମାମଲାରେ ସୁପ୍ରିମ କୋର୍ଟ ଦେଇଥିବା ରାୟକୁ ସ୍ବାଗତ କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ। ଆଜି ସାମ୍ବାଦିକ ସମ୍ମିଳନୀ କରି ଜଗଦଗୁରୁ କହିଥିଲେ, ପରାଧୀନ ଭାରତ ବହୁବାର ବିଭିନ୍ନ ବିଦେଶୀ ସମ୍ପ୍ରଦାୟ ଦ୍ବାରା ଭୂଲୁଣ୍ଠିତ ହୋଇଥିଲା। କିନ୍ତୁ ଭାରତର ସଂସ୍କୁତି ସଦା ସର୍ବଦା ଉଦାରତା ପ୍ରଦର୍ଶନ କରିଆସିଛି। ଯେଉଁଥିପାଇଁ ସ୍ବାଧୀନ ଭାରତରେ ଅନେକ ଭିନ୍ନ ସମ୍ପ୍ରଦାୟ ବ୍ୟକ୍ତିମାନେ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଅଭିଷିକ୍ତ ହୋଇପାରିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ମସଜିଦ ସ୍ଥାପନ ପାଇଁ ଅଲଗା ଜମି ଦେବା ନେଇ ଯାହା ନିର୍ଦ୍ଦେଶ ଦେଇଛନ୍ତି ତାକୁ ମୁସଲମାନ ସମ୍ପ୍ରଦାୟ ଉଦାରତାର ସହ ପରିତ୍ୟାଗ କରିବା ଉଚିତ୍। ଅଯୋଧ୍ୟା, କାଶୀ ଓ ବାରାଣାସୀ ପୁରୀ ଶଙ୍କରାଚାର୍ଯ୍ୟଙ୍କ ଧାର୍ମିକ କ୍ଷେତ୍ର ପରିସରରେ ଆସିଥାଏ। ଏହି ମାମଲାରେ ଅତୀତରେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ ଓ ଅଟଳ ବିହାରୀ ବାଜପେୟୀ ତାଙ୍କ ସହ ପରାମର୍ଶ କରିଛନ୍ତି। ଭାରତର ଐକ୍ୟ ଓ ଭବିଷ୍ୟତ ପାଇଁ ରାଜନେତାମାନେ ଆନ୍ତରିକତା ସହ ଉଦ୍ୟମ କରିବା ଉଚିତ ବୋଲି ପୁରୀ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି।

By amfnews

Related Post