120 Views
ନୂଆଦିଲ୍ଲୀ, ନଭେମ୍ବର ୧୨:କେନ୍ଦ୍ରୀୟ ଲୋକସତା ଆୟୋଗ (ସିବିସି)ର ଏକ ଟିମ କୋର୍ଟ ପହଂଚି ସାରିଲାଣି ଅକ୍ଟୋବର ୨୬ରେ ସିବିସିକୁ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ଉପରେ ଲଗାଯାଇଥିବା ଭ୍ରଷ୍ଟାଚାର ଅଭିଯୋଗର ତଦନ୍ତ କରିବା ପାଇଁ ଦାଇତ୍ୱ ଦିଆଯାଇଥିଲା । ଏଥିପାଇଁ ଆୟୋଗ ୨ ସପ୍ତାହ ସମୟ ନେଇଥିଲା । କିଛି ସମୟ ମଧ୍ୟରେ ଏହି ମାମଲାର ଶୁଣାଣି ହେବ । ସିବିଆଇ ନିଜ ତଦନ୍ତ ରିପୋର୍ଟକୁ ମୁଖ୍ୟ ନ୍ୟାୟଧିଶ ରଂଜନ ଗୋଗେଇଙ୍କ ନେତୃତ୍ୱ ପୀଠକୁ ହସ୍ତାନ୍ତର କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବରୁଦ୍ଧରେ ଟଙ୍କା ଦେବା ନେବାର ସିଧା ପ୍ରମାଣ ମିଳି ନାହିଁ । ଆଶଙ୍କା କରାଯାଉଛି କି, ଆଲୋକ ବର୍ମା ସୁପ୍ରିମକୋର୍ଟ ପହଂଚି ପାରନ୍ତି । ରିପୋର୍ଟ ମିଳିବା ପରେ କୋର୍ଟ ମାମଲାର ଆଗାମୀ ଶୁଣାଣି ଶୁକ୍ରବାର ହେବ ବୋଲି ସ୍ଥିର କରାଯାଇଛି ।
କେବଳ ଏତିକି ନୁହେଁ ସୁପ୍ରିମ କୋର୍ଟ ସୋମବାର ସିବିଆଇର ମୁଖ୍ୟ ନାଗେଶ୍ୱର ରାଓଙ୍କ ଦ୍ୱାରା ଅକ୍ଟେବର ୨୩ ଅଧିକାରୀଙ୍କ ବଦଳି ନିଷ୍ପତି ନିମନ୍ତେ ଆଦେଶ ମଧ୍ୟ ଦେଇ ପାରନ୍ତି । ଲାଂଚ ନେବା ଅଭିଯୋଗରେ ସିବିଆଇ ପ୍ରମୁଖ ବର୍ମା ଓ ତଦନ୍ତ ଏଜେନ୍ସୀର ରାକେଶ ଅସ୍ଥାନାଙ୍କୁ ଅକ୍ଟୋବର ୨୩ରେ ଛୁଟିରେ ପଠାଇ ଦେଇଥିଲେ । ଆସ୍ଥାନା ର୍ବମାଙ୍କ ଉପରେ ଲାଂଚ ନେବାର ଅଭିଯୋଗ ଆଣିଥିଲେ । ଏହା ପରେ ସିବିସି ଏହି ମାମଲା ତଦନ୍ତ ଅରମ୍ଭ କରିଦେଇଛି । ସୁପ୍ରିମ କୋର୍ଟ ବର୍ମାଙ୍କ ବିରୁଦ୍ଧରେ ସିବିସି ତଦନ୍ତରେ ନଜର ରଖିବା ପାଇଁ ପୂର୍ବ ଜଷ୍ଟିସ ଏକେ ପଟ୍ଟନାୟକଙ୍କୁ ନିଯୁକ୍ତ କରିଥିଲେ । କୋର୍ଟ ଏହି ମାମଲାର ତଦନ୍ତ ଦୁଇ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।