Wed. Dec 25th, 2024

ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ କଲା ଭାରତ

By amfnews Nov 24, 2020 #Featured
165 Views

ନୂଆଦିଲ୍ଲୀ,ନଭେମ୍ବର 24:ପଡୋଶୀ ଦେଶ ସହ ତିକ୍ତତା ବଢୁଥିବା ବେଳେ ଭାରତ ଶକ୍ତି ବଢାଉଛି  ।  ଆଜି ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ଲ୍ୟାଣ୍ଡ ଆଟାକ୍ ସଂସ୍କରଣକୁ ସଫଳତାର ସହ ପରୀକ୍ଷଣ କରିଛି ଭାରତ ।  

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ସେନା ମଙ୍ଗଳବାର ଦିନ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଲ୍ୟାଣ୍ଡ ଆଟାକ୍ ସଂସ୍କରଣ ସଫଳତାର ସହ ପରୀକ୍ଷଣ କରିଛି  ।   ବ୍ରହ୍ମୋସ କ୍ଷେପଣାସ୍ତ୍ର ସେଠାରେ ଥିବା ଅନ୍ୟ ଏକ ଦ୍ୱୀପକୁ ଟାର୍ଗେଟ କରିଥିଲା  । ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ସକାଳ ଦଶଟାରେ ପରୀକ୍ଷଣ କରାଯାଇଥିଲା ଏବଂ ଏହି କ୍ଷେପଣାସ୍ତ୍ର ସଫଳତାର ସହ ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା  ।  ଏହି ପରୀକ୍ଷା ଭାରତୀୟ ସେନା ଦ୍ୱାରା କରାଯାଇଥିଲା  ।  ଡିଆରଡିଓ ଦ୍ୱାରା ବିକଶିତ କ୍ଷେପଣାସ୍ତ୍ର ପ୍ରଣାଳୀର ଅନେକ ରେଜିମେଣ୍ଟକୁ ନେଇ ସେନା ଗଠିତ   ।  ବ୍ରହ୍ମୋସ କ୍ଷେପଣାସ୍ତ୍ରର ଷ୍ଟ୍ରାଇକ୍ ପରିସର ବର୍ତ୍ତମାନ 400 କିଲୋମିଟରକୁ ବୃଦ୍ଧି କରାଯାଇଛି  ।  

ସୂଚନାନୁସାରେ, ଚୀନ୍ ଏବଂ ପାକିସ୍ତାନ ସହିତ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ଏବଂ ଲାଇନ୍ ଅଫ୍ କଣ୍ଟ୍ରୋଲ୍ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତ ଏହି ସପ୍ତାହରେ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ଅନେକ ଜୀବନ୍ତ ପରୀକ୍ଷା କରିଛି  । ଯାହା ଆଗାମୀ ଦିନରେ ଦେଶର ଶକ୍ତି ବୃଦ୍ଧି କରିବ ଏବଂ ଶତିରୁଦେଶକୁ ଶିକ୍ଷା ଦେବ  ।

By amfnews

Related Post