Sat. Mar 7th, 2026

ସୁପରଫ୍ଲପ୍‌ ହେଲା ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ , ଜାଣନ୍ତୁ ପ୍ରଥମ ସପ୍ତାହରେ ଏହା କେତେ ଆୟ କରିଲା ?

163 Views

ମୁମ୍ବାଇ, ୧୬/୧୧: ୨୦୧୮ର ବହୁପ୍ରତୀକ୍ଷିତ ସିନେମା ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ ସୁପରଫ୍ଲପ୍‌ ହୋଇଛି। ୟଶରାଜ୍‌ ଫିଲ୍ମସ ବ୍ୟାନରରେ ନିର୍ମିତ ଏବଂ ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏହି ସିନେମାକୁ ସର୍ବାଧିକ ୫ ହଜାର ଥିଏଟର୍‌ରେ ରିଲିଜ୍‌ କରାଯାଇଥିଲା।
ସବୁଠୁଁ ବଡ଼ କଥା ହେଲା ଯେ ଏହା ରେକର୍ଡ ବ୍ରେକ୍‌ ଓପନିଂ କରିିଥିଲା । ପ୍ରଥମ ଦିନ ଏହା ବକ୍ସ ଅଫିସ୍‌ରେ ୫୨.୫୦ କୋଟି ଟଙ୍କାର କଲେକ୍‌ସନ୍‌ କରି ଅନେକଙ୍କୁ ବିସ୍ମିତ କରିଥିଲା। ମାତ୍ର ତା’ପର ଦିନ ଅର୍ଥାତ୍‌ ଶୁକ୍ରବାର ଏହାର କଲେକ୍‌ସନ୍‌ ଖସି ଆସିଥିଲା ୨୮.୨୫ କୋଟିକୁ ,ପୁଣି ତା’ପରେ ୨୨.୭୫,୧୭.୨୫,୫.୫୦,୪.୩୫ କୋଟି ଏମିତି ପ୍ରଥମ ସପ୍ତାହରେ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ମାତ୍ର ୧୩୫ କୋଟି ଟଙ୍କାର ମୋଟ୍‌ ଆୟ କରିଛି।
ସିନେମା ଟ୍ରେଡ୍‌ ବିଶ୍ଳେଷକଙ୍କ କହିବା ଅନୁସାରେ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ର ଆଲ୍‌ଟାଇମ୍‌ ବ୍ୟବସାୟ ୧୫୦ରୁ ୧୫୫ କୋଟି ମଧ୍ୟରେ ସୀମିତ ରହିବ। କୁହାଯାଉଛି ଯେ, ୨୫୦ କୋଟି ଟଙ୍କା ବଜେଟ୍‌ରେ ନିର୍ମିତ ଏହି ସିନେମା ତା’ର ବଜେଟ୍‌ ମଧ୍ୟ ବାହାର କରିବା କଷ୍ଟକର। ଖାଲି ସେତିକି ନୁହେଁ ଅମୀର ଖାନ୍‌ ଓ ଅମିତାଭ ବଚ୍ଚନଙ୍କ ପରି ଦୁଇ ମେଗାଷ୍ଟାର୍‌ଙ୍କ ସହ କାଟ୍ରିନା କୈଫ୍‌ଙ୍କ ପରି ହଟ୍‌ ହିରୋଇନ୍‌ ଥାଇ ବି ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ତାନ୍‌’ ଫ୍ଲପ୍‌ ହେବା ଆଶ୍ଚର୍ଯ୍ୟଜନକ ଏବଂ ଚିନ୍ତାର ବିଷୟ।

ଏହା ଅମୀର ଖାନ୍‌ଙ୍କ କ୍ୟାରିଅର୍‌ର ସବୁଠାରୁ ବଡ଼ ସୁପରଫ୍ଲପ୍‌ ଫିଲ୍ମ। ତେବେ ଏହି ସିନେମା ଜରିଆରେ ଅମିତାଭ ବଚ୍ଚନ ୧୦୦ କୋଟି କ୍ଲବରେ ଏଣ୍ଟ୍ରି କରିଛନ୍ତି।

By amfnews

Related Post