Sat. Mar 7th, 2026

ସୁନ୍ଦରଗଡ଼: ୬୯ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୧୫ ଲକ୍ଷ ଭୋଟର

337 Views

ରାଉରକେଲା: ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଗୁରୁବାର ପୂର୍ବାହ୍ନ ୭ ଘଟିକାରୁ ମତଦାନ। ୬୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ସୁନ୍ଦରଗଡ଼ ଜିଲ୍ଲାର ୧୫ ଲକ୍ଷ ୯୨ ଜଣ ଭୋଟର। ମୋଟ ୬୯ ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୬୧ ଜଣ ପ୍ରାର୍ଥୀ ବିଧନସଭା ପାଇଁ ଲଢୁଥିବା ବେଳେ ୮ ଜଣ ଲୋକସଭା ପାଇଁ ଲଢୁଛନ୍ତି। ଜିଲ୍ଲାରେ ୭ ଲକ୍ଷ ୫୨ ହଜାର ୨୨ ଜଣ ପୁରୁଷ ଓ ୭ ଲକ୍ଷ ୪୮ ହଜାର ୮୦୧ ଜଣ ମହିଳା ଏବଂ ୧୦୯ ଜଣ ଅନ୍ୟାନ୍ୟ ମତଦାତା ଅଛନ୍ତି। ମୋଟ ୧୮୪୬ ବୁଥ୍‌ରେ ମତଦାନ ହେବ। ସେଥିମଧ୍ୟରୁ ୩୮୮ଟି ସମ୍ବେଦନଶୀଳ ବୁଥ୍‌ ରହିଛି। ଝାଡ଼ଖଣ୍ଡ ଓ ଛତିାଗଡ଼ ରାଜ୍ୟ ସୀମାନ୍ତରେ ୧୦୨ ବୁଥ୍‌ ରହିଛି। ମତଦାନ କାର୍ଯ୍ୟରେ ୧୮ ହଜାର ୭୫ ଜଣ ପୁଲିଂ ଓ ୨୪୦୦ ପ୍ରିଜାଇଡିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।

By amfnews

Related Post