Wed. Mar 11th, 2026

ସୁନା ଚେନ୍‌ ଲୁଟ୍ ବେଳେ ଧାରା ପଡିଲା ଚୋରା : ନିସ୍ତୁକ ପିଟିଲେ

161 Views

ଉଦଳା  : ରାସ୍ତାରେ ଯାଉଥିବା ଜଣେ ଯୁବତୀଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ଦୌଡ଼ି ପଳାଇ ଯାଉଥିବା ବେଳେ ଜଣେ ଲୁଟେରାକୁ ଧରି ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଏ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ସମ୍ମୁଖ ରାସ୍ତାରେ।

ଗତକାଲି ସନ୍ଧ୍ୟାରେ ଜଣେ ଯୁବତୀ ଜଣଙ୍କ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ସମ୍ମୁଖ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଜଣେ ଲୁଟେରା ତାଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇ ସେଠାରୁ ଖସି ଯିବାକୁ ଉଦ୍ୟମ କରିଥିଲା। ତେବେ ଯୁବତୀ ଜଣଙ୍କ ଜୋରରେ ପାଟି କରିବାରୁ ଆଖପାଖ ଲୋକେ ସେଠାରେ ଜମା ହୋଇଗଲେ ଓ ଲୁଟେରାକୁ କାବୁ କରି ନେଲେ। ଲୋକମାନଙ୍କୁ ଦେଖି ଲୁଟେରା ସୁନା ଚେନ୍‌ଟିକୁ ଫିଙ୍ଗି ଦେଇଥିଲା। ତେବେ ଲୋକେ ତାକୁ ଧରିବା ପରେ ନିସ୍ତୁକ ମାଡ଼ ମାରିଥିଲେ।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଉକ୍ତ ଲୁଟେରାକୁ ଉଦ୍ଧାର କରି ଥାନାକୁ ନେଇଥିଲା। ଲୁଟ୍‌ର ଶିକାର ହୋଇଥିବା ଯୁବତୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଏହା ସହିତ ସଂପୃକ୍ତ ଲୁଟେରାର ଅନ୍ୟ କୌଣସି ଲୁଟ୍‌ ସହିତ ସଂପୃକ୍ତି ରହିଛି କି ନାହିଁ, ସେ ନେଇ ବି ପୁଲିସ୍‌ ତଦନ୍ତ କରୁଛି।

By amfnews

Related Post