Mon. Mar 9th, 2026

ସୁନାବେଡା ପୌର ପରିଷଦ ଅଞ୍ଚଳରେ ପରବ ପାଳନ…. 

220 Views

କୋରାପୁଟ,୧୦.୧୧:  କୋରାପୁଟ ଜିଲା ସୁନାବେଡା ପୌର ପରିଷଦ ଅଞ୍ଚଳ ର ଦଶହରା ପଡିଆ ଠାରେ ପରବ ପାଳିତ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ଆଦିବାସୀ ମାନଙ୍କର ଇତିହାସ ସଂସ୍କୃତିର ପାରମ୍ପରିକ ଗୀତ ସଂଗୀତ ନାଚ ଭାଷା ବଞ୍ଚାଇ ରଖିବା ପାଇଁ ସଚେତନା ସହ ଶିକ୍ଷା ଉପରେ ବିକାଶ ନିମନ୍ତେ ଗୁରୁତ୍ଵ ଦେବା ସହ ପୌର ଅଂଚଳ ଅଧୀନ ରେ ଥିବା ସ୍କୁଲ ଛାତ୍ର ଛାତ୍ରୀ ଆଦିବାସୀ ନାଚ ଗୀତ ରେ ତାଳେ ତାଳେ ଝୁମି ଥିଲେ |
ତାହା ସହ ପୌର ପରିଷଦ ଅଂଚଳର ହିତାଧୀକାରିଙ୍କୁ ଏହି ପରବ ଉତ୍ସବ ରେ  ଆବାସ ଯୋଜନାର ୩୧୭ କାର୍ଯ୍ୟଦେଶ ବଣ୍ଟନ କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ  ଈଶ୍ୱର ପାଣିଗ୍ରାହୀ ଯୋଗ ଦେବା ସହ ପଟାଙ୍ଗୀ ବିଧାୟକ ପ୍ରଫୁଲ ପାଙ୍ଗି ତଥା ଜିଲା ଯୋଜନା ବୋର୍ଡ ଅଦକ୍ଷ ଯୋଗ ଦେଇଥିବା ବୋଲେ ପୌର ଆଧକ୍ଷା ଶୁଭଶ୍ରୀ ମଲିକ ବିଜେଡି ଯୁବ ସମ୍ପାଦକ ଭରତ ମଳିକ ଏବଂ କାଉନ୍ସିଲର, ଶିକ୍ଷକ-ଶିକ୍ଷୟତ୍ରୀ ଏହି ଉତ୍ସବରେ ଯୋଗ ଦେଇଥିଲେ |

By amfnews

Related Post