Sun. Jun 8th, 2025

ସୁଧୁରୁଛି ଋଷିଙ୍କ ସ୍ୱାସ୍ଥ୍ୟାବସ୍ଥା, ଅପ୍ରେଲ ମାସରେ ନିଜ ଦେଶକୁ ଫେରିବେ

By amfnews Jan 30, 2019 #Featured
311 Views

ମୁମ୍ବାଇ, ଜାନୁଆରୀ ୩୦ : ବଲିଉଡ୍‌ ଅଭିନେତା ତଥା ରଣବୀର କପୁରଙ୍କ ବାପା ଋଷି କପୁର ୪ ମାସ ହେଲାଣି ନ୍ୟୁୟର୍କରେ ରହି ନିଜର ସ୍ୱାସ୍ଥ୍ୟ ଚିକିତ୍ସା କରାଉଛନ୍ତି। ଋଷି କପୁର କେଉଁ ରୋଗରେ ପୀଡ଼ିତ ସେ ନେଇ ସେ କୌଣସି ସୂଚନା ଦେଇ ନଥିବା ବେଳେ କେବଳ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କଥା ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଜଣାଇଥିଲେ। ଯାହା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ପୁଣି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସହ ଯଡ଼ିତ ଏକ ନୂଆ ଖବର ଶୁଣିବାକୁ ମିଳୁଛି। ଏହି ଖବର ଆଉ କେହି ନୁହେଁ, ବରଂ ଋଷି କପୁର ନିଜେ ନିଜ ପ୍ରଶଂସକମାନଙ୍କୁ ଦେଇଛନ୍ତି।

ସେ ନିଜ ସଂପର୍କରେ ତାଙ୍କର ପ୍ରଶଂସକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ‘ମୋର ଚିକିତ୍ସା ଚାଲିଛି। ଆଶା କରୁଛି କି ଖୁବ୍‌ ଶୀଘ୍ର ଠିକ୍‌ ହୋଇଯିବି। ଭଗବାନଙ୍କ ଦୟାରୁ ମୁଁ ଶୀଘ୍ର ଫେରିବି। ଏହା ଏକ ଲମ୍ବା ଏବଂ ଧୀର ପ୍ରକ୍ରିୟା। ଯାହା ପାଇଁ ଧୈର୍ଯ୍ୟ ରଖିବାକୁ ପଡ଼ିବ। କିନ୍ତୁ ମୁଁ ଏଥିରେ ପାରଙ୍ଗମ। ଏ ସମୟରେ ମୁଁ ଫିଲ୍ମ ବିଷୟରେ ଜମା ବି ଭାବୁ ନାହିଁ। ଖାଲି ଆରାମ କରୁଛି ଏବଂ ନିଜକୁ ରିଫ୍ରେସ୍‌ କରୁଛି।’ ତେବେ ଋଷି କପୁର ଅପ୍ରେଲ ମାସରେ ଭାରତ ଫେରିବେ ବୋଲି ଜଣା ପଡ଼ିଛି।

By amfnews

Related Post