159 Views
ମୁମ୍ବାଇ, ଅକ୍ଟୋବର ୨୫ : ସନ୍ନି ଲିଓନିଙ୍କ ଫିଲ୍ମ ‘ବୀରମାଦେବୀ’ର ସୁଟିଂ ଏବେ ଚାଲୁ ରହିଥିବା ବେଳେ ଏହାର ପୋଷ୍ଟରରୁ ବକ୍ସ ଅଫିସରେ ଏହା ଧମାଲ ମଚାଇବ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । କିନ୍ତୁ ଫିଲ୍ମ ପଦ୍ମାବତ ଭଳି ଏହି ଫିଲ୍ମର ସୁଟିଂକୁ ରୋକିବା ପାଇଁ କିଛି ସଂଗଠନ ଏବେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିବା ଜଣାପଡ଼ିଛି । ଫିଲ୍ମରେ ସନ୍ନି ଲିଓନିଙ୍କୁ ନିଆଯାଇ ଇତିହାସକୁ ଅପମାନ କରାଯାଉଛି ବୋଲି କହି କନ୍ନଡ଼ ରକ୍ଷଣ ବେଦିକା ଯୁବାସେନା ବିରୋଧ ପ୍ରଦର୍ଶନ କରିବାର ଧମକ ଦେଇଛି । ଅନ୍ୟ ପକ୍ଷରେ କିଛି ଯୁବକ ଏହାକୁ ବିରୋଧ କରି ବ୍ଲେଡ୍ରେ ନିଜ ନିଜର ହାତ କାଟି ଦେଇଥିବା ସୂଚନା ମିଳିଛି ।