Thu. Dec 26th, 2024

ସୀମା ବିବାଦ ନେଇ ନେପାଳ ପ୍ରଧାନମନ୍ତ୍ରୀ ଓଲି କହିଲେ- କୁଟନୈତିକ ଆଲୋଚନା ମାଧ୍ୟମରେ ଖୋଜିବୁ ସମାଧାନ

By amfnews Feb 9, 2021 #Featured
122 Views

କାଠମାଣ୍ଡୁ, ଫେବୃଆରୀ ୦୯ : କରୋନା ଟିକା ନେଇ ଭାରତର ପ୍ରଶଂସା କରି ସାରିଥିବା ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବେ ସୀମା ବିବାଦ ଉପରେ ବୟାନ ଦେଇଛନ୍ତି । ଓଲି ସୋମବାର କହିଛନ୍ତି ଯେ, ଭାରତ ସହିତ ଚାଲିଥିବା ସୀମା ବିବାଦକୁ କୁଟନୈତିକ ଆଲୋଚନା ଜରିଆରେ ସମାଧାନ କରାଯାଇପାରିବ । ଏହା ପୂର୍ବରୁ ଗତ ମାସ ଭାରତ ଓ ନେପାଳର ମନ୍ତ୍ରୀମାନେ ନୂଆଦିଲ୍ଲୀରେ ଆଲୋଚନା କରିଥିଲେ । କିନ୍ତୁ ସୀମା ବିବାଦର କୌଣସି ରାସ୍ତା ବାହାରି ନଥିଲା । 

ନେପାଳର ଅନ୍ତର୍ଜାତୀୟ ସୀମା ସୁରକ୍ଷା ଓ ସୀମା ପରିଚାଳନା ସଂସ୍ଥା ମଧ୍ୟ ସମନ୍ୱୟ ଶୀର୍ଷକ ଉପରେ ଆୟୋଜିତି ସେମିନାରରେ କେପି ଶର୍ମା କହିଥିଲେ ଯେ, ପଡୋଶୀ ଦେଶଗୁଡ଼ିକ ସହିତ ସଂପର୍କ ଭଲ ରଖାଯାଇପାରିବ । ନେପାଳ-ଭାରତର ସଂପର୍କକୁ ଆଲୋଚନା ଜରିଆରେ ମଜବୁତ କରିବା ଲାଗି ଆମକୁ ମାନଚିତ୍ର ପ୍ରସ୍ତୁତ କରିବାକୁ ହେବ । ଆମର ସଂପର୍କ କେବଳ ଆଲୋଚନା ଜରିଆରେ ମଜବୁତ କରାଯାଇ ପାରିବ ବୋଲି ସେ କହିଥିଲେ । 

ନେପାଳ ପ୍ରଧାନମନ୍ତ୍ରୀ ଆଗକୁ କହିଛନ୍ତି ଯେ, ତଥ୍ୟ ଓ ପ୍ରମାଣ ଆଧାରରେ ଲିପୁୟାଧୁରା, ଲିପୁଲେଖ ଓ କଳାପାଣି ପ୍ରସଙ୍ଗରେ ଭାରତ ସହିତ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା ହେବ । ସିମାକୁ ନେଇ କିଛି ପୁରୁଣା ସମସ୍ୟା ରହିଛି । ବିଗତ ୫୮ ବର୍ଷ ହେବ ଏହି ମାମଲା ଅଟକି ରହିଛି । ସେହି ସମୟରେ ଶାସକ ଦଳର ଅନୁପ୍ରବେଶ ନେଇ ମୁହଁ ଖୋଲି ନଥିଲା ।  

By amfnews

Related Post