ନୂଆଦିଲ୍ଲୀ, ଅଗଷ୍ଟ ୧୫ : ୭୪ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଜମ୍ମୁକଶ୍ମୀରର ପୁଂଛ ନିକଟରେ ଥିବା ସୀମାରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ସ୍ଥାନୀୟ ଲୋକେ ଗଣମାଧ୍ୟମ ନିକଟରେ ଏହି ଅଭିଯୋଗ ଆଣିଛନ୍ତି । ଲୋକଙ୍କର କହିବା ଅନୁସାରେ ଶୁକ୍ରବାର ପାକିସ୍ତାନ ତରଫରୁ ଭାରତ ପଟକୁ ଗୁଳି କରାଯାଇଥିଲା । ଜଣେ ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ତାଙ୍କର ପରିବାରର ୩ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା । ସୂଚନା ମିଳିବା ପରେ ସେନାର ଯବାନମାନେ ୫ରୁ ୭ ମିନିଟ ମଧ୍ୟରେ ଘଟଣାସ୍ଥଳକୁ ପହଂଚିଥିଲେ । ସେମାନେ ଆହତଙ୍କୁ ହସ୍ପିଟାଲ ନେଇଯାଇଥିଲେ ।
ସୂଚନାଯୋଗ୍ୟ, ଗତ ୯ ତାରିଖରେ ଜମ୍ମୁ କଶ୍ମୀରର ସିଘନପୋରରେ ଏନକାଉଣ୍ଟ ହୋଇଥିଲା । ଆତଙ୍କବାଦୀଙ୍କ ଗତିବିଧି ଜଣାପଡ଼ିବା ପରେ ସୁରକ୍ଷା ବାହିନୀର ଯବାନମାନେ ଏହି ଏନକାଉଣ୍ଟ କରିଥିଲେ । ସୁରକ୍ଷା ବାହିନୀକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସର ସହଯୋଗରେ ଯବାନମାନେ ଅତର୍କିତ ଚଢ଼ାଉ କରି ସଂପୃକ୍ତ ଅଂଚଳକୁ ଘେରା ବନ୍ଦୀ କରିଥିଲେ । ରହିଛି ।