Sat. Mar 7th, 2026

ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ; ପାସ୍‌ ହାର ୮୩.୪%

327 Views

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଡୁକେସନ୍‌ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ମଧ୍ୟାହ୍ନରେ ପ୍ରକାଶ ପାଇଛି। ୨୦୧୮- ୧୯ ଶିକ୍ଷାବର୍ଷ ପାଇଁ ସିବିଏସ୍‌ଇ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ସିବିଏସ୍‌ଇ ବୋର୍ଡ ପକ୍ଷରୁ ପକ୍ଷରୁ ପ୍ରକାଶ ପାଇବା ସହ ପରୀକ୍ଷା ଫଳ ସିବିଏସ୍‌ଇର ଆଧିକାରୀକ େଓ୍ଵବସାଇଟ୍‌ cbse.nic.in cbseresults.nic.in ଉପଲବ୍ଧ ହେଉଛି। ଏହା ଛଡ଼ା ପରୀକ୍ଷାର୍ଥୀମାନେ ସେମାନଙ୍କ ପଞ୍ଜିକୃତ ମୋବାଇଲରୁ ଏସ୍‌ଏମ୍‌ଏସ୍‌ କରି ମଧ୍ୟ ଏସ୍‌ଏମ୍‌ଏସ୍‌ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ।ଚଳିତ ବର୍ଷ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୩.୪ ପ୍ରତିଶତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଜାଣିବାକୁ ମିଳିଛି। ପ୍ରଥମ ସ୍ଥାନରେ ରହିଛନ୍ତି ଦୁଇଜଣ ଛାତ୍ରୀ। ଗାଜିଆବାଦ ମିରଟର ହଂସିକା ଶୁକ୍ଲା, ଉତ୍ତରପ୍ରଦେଶ ମୁଜାଫରନଗରର କରିସ୍ମା ଅରୋରା ପ୍ରଥମ ସ୍ଥାନରେ ରହିବା ସହ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଯୁଗ୍ମ ଟପର୍‌ ହୋଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୦୧୮- ୧୯  ଶିକ୍ଷାବର୍ଷ ପାଇଁ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଚଳିତ ବର୍ଷ ଫେବ୍ରୁଆରି ୧୫ ତାରିଖରୁ ଅପ୍ରେଲ ୩ ତାରଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।

By amfnews

Related Post