Tue. Dec 24th, 2024

ସିବିଆଇର ସ୍ପଷ୍ଟିକରଣ: ନିଜର ୨ୟ ବରିଷ୍ଠ ଅଧିକାରୀଙ୍କ ବରୋଧରେ ମାମଲା ଦାୟର

By amfnews Oct 22, 2018 #Featured
308 Views

Khabar Odisha:Cbi-Books-Its-Second-In-Command-On-Charges-He-Had-Levelled-Against-Agency
ନୂଆଦିଲ୍ଲୀ, ଅକ୍ଟୋବର ୨୨: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେବାକୁ ଯାଇ ନିଜ ବିଭାଗର ଜଣେ ବରିଷ୍ଠ ଅଧିକାରୀ ରାକେଶ ଅସ୍ଥାନାଙ୍କ ବିରୋଧରେ ମାମଲା ଦାୟର କରିଛି । ଅସ୍ଥାନା ଉପରେ ଅଭିଯୋଗ ଯେ, ଯେଉଁ ମାଂସ ବ୍ୟବସାୟୀ ମୋଇନ କୁରୋସିଙ୍କ ବିରୋଧରେ ମାମଲା ତଦନ୍ତ କରୁଥିଲେ, ତାଙ୍କ ଠାରୁ ଲାଞ୍ଚ ନେଇଥିଲେ । ଦୁଇ ମାସ ପୂର୍ବରୁ ଅସ୍ତାନା କ୍ୟାବିନେଟ ସଚିବଙ୍କ ନିକଟରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ଏହି ଅଭିଯୋଗ ହୋଇଥିଲା । ସିବିଆଇ ସତୀଶ ସାନାଙ୍କ ଅଭିଯୋଗ ଆଧାରରେ ଅକ୍ଟୋବର ୧୫ରେ ନିଜର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅସ୍ଥାନାଙ୍କ ବିରୋଧରେ ମାମଲା ଦାୟର କରିଥିଲା । ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସିବିଆଇ ନିର୍ଦ୍ଦେଶକ ଅସ୍ଥାନାଙ୍କ ବିରୋଧରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ପୂରା ଘଟଣା ସଂପର୍କରେ ଅବଗତ କରିଛନ୍ତି ।

ମାଂସ ବ୍ୟବସାୟୀ ମୋଇନ କୁରେସି କଥିତ ସଂଲିପ୍ତତା ସହିତ ୨୦୧୭ରେ ଏକ ମାମଲା ଯାଞ୍ଚକୁ ସମ୍ମୁଖୀନ ହୋଇଥିବା ସାନା ଅଭିଯୋଗ ଆଣିଥିଲେ ଯେ, ଅସ୍ଥାନା କ୍ଲିନଚିଟ ଦେବାରେ ସହାୟତା କରିଥିଲେ । ସିବିଆଇ ଦୁବାଇ ଫେରନ୍ତା ମନୋଜ ପ୍ରସାଦକୁ ଅକ୍ଟୋବର ୧୬ରେ ଗିରଫ କରିଥିଲା । ଗୁଜୁରାଟ କ୍ୟାଡର ଆଇପିଏସ ଅଧିକାରୀ ଅସ୍ଥାନା ଏହି ସ୍ୱତନ୍ତ୍ର ଯାଞ୍ଚ ଦଳ (ଏସ.ଆଇ.ଟି)ର ନେତୃତ୍ୱ ନେଇଥିଲେ । ସେ ଅଗଷ୍ଟାୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଦୁର୍ନୀତି ଓ ଶିଳ୍ପପତି ବିଜୟ ମାଲ୍ୟାଙ୍କ ଦ୍ୱ।ରା ଋଣ ଠକେଇ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଏହି ଦଳ ମୋଇନ କୁରୋସି ମାମଲାର ତଦନ୍ତ କରୁଥିଲା ।

ସରକାରୀ ସୂତ୍ର ଅନୁସାରେ ଅସ୍ଥାନା ଅଗଷ୍ଟ ୨୪ରେ କ୍ୟାବିନେଟ ସଚିବଙ୍କୁଏକ ବିସ୍ତୃତ ଚିଠି ଲେଖି ବର୍ମାଙ୍କ ବିରୋଧରେ କଥିତ ଭ୍ରଷ୍ଟାଚାର ୧୦ ମାମଲା ସଂପର୍କରେ ଅବଗତ କରାଇଥିଲେ । ଏହି ଚିଠିରେ ଅଭିଯୋଗ ଅଣାଯାଇଥିଲା ଯେ, ସାନା ଏହି ମାମାଲାରେ କ୍ଲିନଚିଟ ପାଇବା ପାଇଁ ସିବିଆଇ ପ୍ରମୁଖଙ୍କୁ ୨ କୋଟି ଟଙ୍କା ଦେଇଥିଲେ । ସୂତ୍ର ଅନୁସାରେ ଏହି ଅଭିଯୋଗ କେନ୍ଦ୍ରୀୟ ସତର୍କତା ଆୟୋଗ ନିକଟକୁ ପଠାଯାଇଥିଲା, ଯିଏକି ଏହି ମାମଲାର ଯାଞ୍ଚ କରୁଛି । ଆସ୍ଥାନା ପ୍ରାଥମିକ ମାମଲା ଦାୟର କରିବାର ୪ ଦିନ ପରେ କେନ୍ଦ୍ରୀୟ ସତର୍କତା ଆୟୁକ୍ତ ପୁଣି ଥରେ ଚିଠି ଲେଖିଲେ ଯେ, ସେ ସାନାଙ୍କୁ ଗିରଫ ଓ ପଚରାଉଚରା କରିବାକୁ ଚାହୁଁଛନ୍ତି । ଏସଂପର୍କରେ ୨୦୧୮ ସେପ୍ଟେମ୍ବର ୨୦ରେ ନିର୍ଦ୍ଦେଶକଙ୍କୁ ଏକ ପ୍ରସ୍ତାବ ପତ୍ର ପଠାଇଥିଲେ ।

By amfnews

Related Post