119 Views
ଝାରସୁଗୁଡ଼ା : ଝାରସୁଗୁଡ଼ା ସହର ସ୍ଥିତ ମଙ୍ଗଳବଜାରରେ ଥିବା ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲର ମାନ୍ୟତା ସହ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଦାବି ହୋଇ ଆସୁଛି। ହେଲେ ଏ ଦିଗରେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଆଜି ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲା ଘାସି ସମାଜ ଓ ଅନ୍ୟାନ୍ୟ ସଙ୍ଗଠନ ମିଶି ଏହି ବନ୍ଦ ଡାକରା ଦେଇଛନ୍ତି। ବନ୍ଦ ଯୋଗୁ ଦୋକାନ ବଜାର, ସ୍କୁଲ, କଲେଜ ଓ ବସ୍ ଚଳାଚଳ ବନ୍ଦ ରହିଛି।
ଝାରସୁଗୁଡ଼ାକୁ ଜିଲ୍ଲା ଗଠନ ହେବା ଦିନଠାରୁ ମଙ୍ଗଳବଜାରରେ ଥିବା ଡାକ୍ତରଖାନାକୁ ଜିଲ୍ଲା ଡାକ୍ତରଖାନାର ମାନ୍ୟତା ଦିଆଯାଇଥିଲା। ହେଲେ ଗତ ଦୁଇ ମାସ ହେବ ମଙ୍ଗଳବଜାରଠାରୁ ୭ କିମି ଦୂରରେ ଏକ ୬ ମହଲା ବିଶିଷ୍ଟ ନୂତନ କୋଠାକୁ ଜିଲ୍ଲା ଡାକ୍ତରଖାନା ସ୍ଥାନାନ୍ତର ହୋଇଛି। ତେବେ ମଙ୍ଗଳବଜାରରେ ଥିବା ଏହି ଡାକ୍ତରଖାନାର କୋଠା ଖାଲି ରହିଥିବାରୁ ଏହାକୁ ସିଟି ହସପିଟାଲ କରିବାକୁ ଦାବି ହୋଇଛି।