Sun. Nov 3rd, 2024

ସିଟି ସ୍କୁଲର କୋଟିପତି ଶିକ୍ଷୟିତ୍ରୀଙ୍କ ଘରେ ରେଡ୍‌

By amfnews Oct 3, 2019 #Featured
119 Views

ଭୁବନେଶ୍ୱର :  ଭୁବନେଶ୍ୱରସ୍ଥିତ ସିଟି ସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି। ତାଙ୍କ ନାଁ ତିଳୋତ୍ତମା ମହାନ୍ତି ବୋଲି ଜଣାପଡ଼ିଛି। ସେ ୟୁନିଟ-୬ ସ୍ଥିତ ସିଟି ସ୍କୁଲ୍‌ରେ ଅଛନ୍ତି।   

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ଏହି ରେଡ୍ ହୋଇଛି। ଚଢ଼ଉ ବେଳେ ତାଙ୍କର ୯ଟି ପ୍ଲଟ, ୨ଟି ଘର ଓ ବ୍ୟାଙ୍କ ବାଲାନ୍ସ ସହ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାପଡ଼ିଛି। ଏତେ ଟଙ୍କାର ସମ୍ପତ୍ତି ଶିକ୍ଷୟିତ୍ରୀ କିପରି ଠୁଳ କଲେ, ତାହାକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଛି।

By amfnews

Related Post