292 Views
ନୂଆଦିଲ୍ଲୀ, ନଭେମ୍ବର ୨୪: ଦିଲ୍ଲୀର ସିଗ୍ନେଚର ବ୍ରିଜ ଲୋକଙ୍କ ପାଇଁ କାଳ ହେଲାଣି । ୨୪ ଘଂଟା ମଧ୍ୟରେ ହୋଇଥିବା ଦୁଇଟି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଶନିବାର ସକାଳେ ହୋଇଥିବା ଏକ ଦୁର୍ଘଟଣାରେ ବାଇକରେ ଯାଉଥିବା ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରତର ରହିଛି । ସୂଚନା ଯୋଗ୍ୟ କି, ଏହି ଦୁଇ ଯୁବକଙ୍କ ବାଇକଟି ସିଗ୍ନେଚର ବ୍ରିଜରେ ଖସି ଯିବାରୁ ଦୁଇଜଣ ପଡିଯାଇଥିଲେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ସେହିଭଳି କାଲି ସକାଳେ ମଧ୍ୟ ସିଗ୍ନେଚର ବ୍ରିଜରେ ଯାଉଥିବା ବେଳେ ଦୁଇ ଯୁବକ ସେଲଫି ନେବା ପାଇଁ ବାଇକ ରଖିବା ବେଳେ ବାଇକ ଡିଭାଇଡରରେ ପିଟି ହୋଇ ତଳେ ପଡିବାରୁ ଘଟଣା ସ୍ଥଳରେ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଥିଲା ।
ସିଗ୍ନେଚର ବ୍ରିଜରେ ହେଉଥିବା ଦୁର୍ଘଟଣା ପରେ ବ୍ରିଜର ସୁରକ୍ଷା ଉପରେ ପ୍ରଶ୍ନ ଉଠିବାରେ ଲାଗିଲାଣି । ବିଷେଶଜ୍ଞଙ୍କ କହବା ଅନୁଯାୟୀ, ସିଗ୍ନେଚର ବ୍ରିଜର ଡିଜାଇନରେ କୌଣସୀ ତୃଟି ନାହିଁ କିନ୍ତୁ ଲୋକମାନେ ବ୍ରିଜର ଦୁଇ କଡରେ ଥିବା ଫାଙ୍କା ସ୍ଥାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି ଖାଲି ସ୍ଥାନ ଯୋଗୁଁ ଶୁକ୍ରବାର ଦୁର୍ଘଟଣା ଘଟିଥିଲା । ଏଥିରେ ବାଇକ ଆରୋହୀ ପୋଲ ତଳକୁ ଖସି ପଡିବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା