Fri. Mar 6th, 2026

ସିଏଏକୁ ବିରୋଧ କରି ରାସ୍ତାରୋକ, ୩୬ ଗିରଫ

272 Views

ରାଉରକେଲା : ସିଏଏ ଏବଂ ଏନଆରସି କୁ ବିରୋଧ କରି ବହୁ ଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ରାଉରକେଲାରେ ଦେଖିବାକୁ ମିଳିଛି । ମୋର୍ଚ୍ଚାର କର୍ମୀମାନେ ବିଶ୍ରା ଛକଠାରେ ସକାଳ ୬ଟାରୁ ରାସ୍ତା ଅବରୋଧ କରିବା ସହ ଧାରଣାରେ ବସିଥିଲେ।  ପୁଲିସ୍‌ ପହଞ୍ଚି ରାସ୍ତା ଅବରୋଧକାରୀଙ୍କୁ ଉଠାଇବାକୁ ଉଦ୍ୟମ କଲାବେଳେ ଉତ୍ତେଜନା ପ୍ରକାଶ ପାଇଥିଲା।

ଅବରୋଧକାରୀଙ୍କୁ ପ୍ଲାଣ୍ଟ ସାଇଟ୍ ପୁଲିସ୍‌ ଉଠାଇ ନେଇଥିବା ବେଳେ ୩୬ ଜଣଙ୍କୁ ଗିରଫ ରଖିଛି। ଏଥିଯୋଗୁ ଯାନବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଏହି ଅବରୋଧ ଚାଲିବା ପରେ ଏହା ପ୍ରତ୍ୟାହୃତ ହୋଇଛି। ଦୋକାନ ବଜାର ସ୍ୱାଭାବିକ ଭାବେ ଖୋଲିଥିବା ବେଳେ ବହୁ ସ୍କୁଲ, କଲେଜ ବନ୍ଦ ରହିଛି।

By amfnews

Related Post